ବରିଷ୍ଠ ନାଗରିକ ନେଲେ କରୋନା ଟୀକା

ନବରଙ୍ଗପୁର , ୪ / ୩ : ଡାବୁଗାଁ ହସ୍ପିଟାଲରେ ଆଜି ବରିଷ୍ଠ ନାଗରିକମାନଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ , ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତିନି ଦିନରେ ପ୍ରାୟ୨୦୦ ଜଣ ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯାଇଛି । ପୂର୍ବରୁ ନାମ ପଞ୍ଜିକରଣ କାରାଯାଇଥିବା ବେଳେ ଆଜି ସକାଳ ୮ଟା ଠାରୁ ବରିଷ୍ଠ ନାଗରିକମାନଙ୍କୁ ଥର୍ମାଲ ସ୍କାନିଂ କରାଯାଇଥିଲା । ଏହାପରେ ଜଣକ ପରେ ଜଣେ ଭିତରକୁ ପ୍ରବେଶ କରି ଟୀକା ନେଇଛନ୍ତି ।ଗତ ମଙ୍ଗଳବାର 2ତାରିଖ ରୁ ଡାବୁଗାଁ ବ୍ଲକରେ ବରିଷ୍ଠ ନାଗରିକ ମାନଙ୍କୁ ଟୀକା ପ୍ରଦାନ କରାଯାଉଛି । ଟୀକା ନେଇଥିବା ବରିଷ୍ଠ ନାଗରିକ ମାନେ ସମସ୍ତେ ଟୀକା ନେଇ ସରକାରଙ୍କୁ ସହଯୋଗ କରିବା ପାଇଁ ପ୍ରେରଣା ଦେଇଛନ୍ତି ।

WhatsApp Image 2021 03 04 at 4.12.07 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: