ବର୍ଦ୍ଧିତ ଘର ଟିକସ ବାତିଲ କରିବା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦାବି

ବ୍ରହ୍ମପୁର,୬/୯(ମନୋଜ ପାତ୍ର):କରୋନା ସଂକ୍ରମଣ ଆଳରେ ସମସ୍ତେ ଘରେ ରୁହନ୍ତୁ କଥାଟିକୁ ଖୁବ ଜୋରସୋରରେ ପ୍ରଚାର ପ୍ରସାରକରି ସରକାର ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଶିଳ୍ପ ଗୁଡିକୁ ଘରୋଇ କମ୍ପାନୀ ହାତକୁ ଟେକିଦେବା, ରୋଜଗାର ଛଡାଇ ଛଟେଇ କରିବା,କୃଷକ ଶ୍ରମିକ କ୍ଷୁଦ୍ର ବ୍ୟବସାୟୀଙ୍କ ବିରୁଦ୍ଧରେ ଅଧ୍ୟାଦେଶ ଆଣି ଆଇନରେ ସଂଶୋଧନ କରିବାଭଳି ଅନେକ ଜନବିରୋଧୀ ପଦକ୍ଷେପ ନେବାସହ ବିଦ୍ୟୁତ ଦର,ପାଣି ଟିକସ, ପନିପରିବା ଦର,ରାସନ ସାମଗ୍ରୀ ଦର,ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଦର ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ଅହେତୁକ ଭାବେ ବୃଦ୍ଧି କରିଚାଲିଛନ୍ତି l ସେହିପରି ବର୍ତମାନ ରାଜ୍ୟସରକାରଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ମହାନଗର ନିଗମ କତୃପକ୍ଷ ଘର ଟିକସକୁ ଅହେତୁକ ଭାବେ ବହୁ ଗୁଣ ବୃଦ୍ଧି କରିଛନ୍ତି l ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର କିପରି ଲୋକଙ୍କ ହିଁ ବିରୁଦ୍ଧରେ ପଦକ୍ଷେପ ନିଏ, ଏହା ଏକ ଜ୍ୱଳନ୍ତ ନିଦର୍ଶନ l ଏଣୁ ଏହି ବର୍ଦ୍ଧିତ ଘର ଟିକସକୁ ବାତିଲ କରିବାପାଇଁ ଆଇନଜୀବୀ ତଥା ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ତଥା ଆଇନଜୀବୀ ଅବନୀ କୁମାର ଗୟା ଏକ ପ୍ରେସବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!