ରାଉରକେଲା, ୨୨।୮ ଓଡିଶା-ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା କୋଏଲ ନଦୀ ଉପରେ ହୋଇଥିବା ଦାନାପାଲି ପୋଲ ପ୍ରବଳ ବର୍ଷା ଯୋଗୁ ଦବିଯାଇଛି। ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଦବି ଯାଇଥିବାରୁ ପୋଲ ଉପରେ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ପୋଲ ତଳେ ପ୍ରଭାବିତ ବନ୍ୟା ଜଳର ପ୍ରଖର ସୋତ୍ର ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଏଥିଯୋଗୁଁ ଏହି ପୋଲ ଉପରେ ଯାତାୟତ ପାଇଁ କଟକଣା ଜାରି କରାଯାଇଛି। ଫଳରେ ରାଉରକେଲା-ଝାରଖଣ୍ଡର ପ୍ରମୁଖ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ରାଉରକେଲାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରରୁ ରାଉରକେଲା ଯାତାୟତ କରୁଥିବା ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଝାଡ଼ଖଣ୍ଡ ରେ ପ୍ରବଳ ବର୍ଷା ଯୋଗୁଁ ପୋଲ ଦବି ଯାଇଛି । ଏହି ପୋଲ ରାଉରକେଲା ସହ ଝାରଖଣ୍ଡର ମନୋହରପୁର, ଜାମସେଦପୁର, କିରିବୁରୁ, ରାଞ୍ଚି ଆଦି ସହରକୁ ସଂଯୋଗ କରିଛି। ବିପଦ ସଂକୁଳ ଅବସ୍ଥା ପୋଲଟି ଥିବାରୁ ଝାଡ଼ଖଣ୍ଡ ପୋଲିସ ପୋଲ ଉପରେ ଯିବା ଆସିବା କରିବା ଉପରେ ନିଷେଧାଦେଶ ଜାରି କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |