ବର୍ଷା ପ୍ରିୟଦର୍ଶନୀଙ୍କୁ ମିଳିଲା ପୋଲିସ ସୁରକ୍ଷା

କଟକ,୮/୯ : ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ଘରୋଇଇ ହିଂସାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଲାଗିରହିଛି । ଅନୁଭବଙ୍କ ଘରେ ବର୍ଷାଙ୍କ ଭିଡିଓଗ୍ରାଫ ପ୍ରସଙ୍ଗରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ଲିଖିତ ଅଭିଯୋଗ କରି ସୁରକ୍ଷା ମାଗିବା ପରେ ବର୍ଷାଙ୍କୁ ମିଳିଛି ପୋଲିସ ସୁରକ୍ଷା । ଅନୁଭବଙ୍କ ଘରେ ଜଣେ ପୋଲିସ କର୍ମୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଏନେଇ କମିସରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ଷା ପ୍ରିୟଦର୍ଶନୀ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ ।୨ ଯୁବକ ଭିଡିଓ କରିବା ପରେ ବର୍ଷା ଏହି ପଦକ୍ଷେପ ନେଇଥିଲେ । ବର୍ଷାଙ୍କ ଓକିଲଙ୍କ ପକ୍ଷରୁ ପୁରୀଘାଟେ ଥାନାରେ ଆବେଦନ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: