ବର୍ଷା ଯୋଗୁଁ ଶେଷ ଟି-୨୦ ମ୍ୟାଚ୍ ଟାଇ,ଭାରତ ଟି-୨୦ ସିରିଜ ବିଜୟ ହାସଲ

ନୂଆଦିଲ୍ଲୀ,୨୨/ ୧୧: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟ୍ଵେଣ୍ଟି-୨୦ ଶୃଙ୍ଖଳାକୁ ୧-୦ରେ ଜିତି ନେଇଛି। ନଭେମ୍ବର ୨୨ରେ ନାପିଏରରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁଁ ଟାଇ ହୋଇଛି। ପ୍ରଥମ ଟି-୨୦ ବର୍ଷା ଯୋଗୁଁ ବାତିଲ୍ ହୋଇଥିବା ବେଳେ ଦ୍ଵିତୀୟ ଟି-୨୦ରେ ଭାରତ ବିଜୟୀ ହୋଇଥିଲା। ଆଜି ଖେଳାଯାଇଥିବା ଶେଷ ଟି-୨୦ ଟାଇ ହେବାରୁ ଭାରତ ଟି-୨୦ ଶୃଙ୍ଖଳାକୁ ୧-୦ରେ  ଜିତି ନେଇଛି। ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୬୦ ରନରେ ଅଲଆଉଟ୍ ହୋଇଥିଲା। ବର୍ଷା କାରଣରୁ ମ୍ୟାଚ୍ ବନ୍ଦ ହେବା ସମୟରେ ଭାରତ ୪ ଓ୍ଵିକେଟ୍ ହରାଇ ୭୫ ରନ କରିଥିଲା। ଡକ୍ ଓ୍ଵର୍ଥ ଲୁଇସ୍‌ ହିସାବରେ ଭାରତ ଏବଂ ନ୍ୟୁଜିଲାଣ୍ଡ ବରାବର ସ୍ଥିତିରେ ଥିଲେ। ଏହି କାରଣରୁ ମ୍ୟାଚ୍ ଟାଇ ଘୋଷିତ କରାଯାଇଥିଲା। ଯଦି ଭାରତ ଏକ ରନରେ ଆଗରେ ଥାଆନ୍ତା ତେବେ ମ୍ୟାଚ୍  ଜିତିଥାନ୍ତା କିମ୍ବା ୭୫ ରନରୁ ଏକ ରନ ପଛରେ ଥିଲେ ମ୍ୟାଚ୍ ହାରିଥାନ୍ତା।ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଡେଭନ କନଓ୍ଵେଙ୍କ ୫୯ ରନ ଏବଂ  ଗ୍ଲେନ ଫିଲିପ୍ସଙ୍କ ୫୪ ରନ ବଳରେ ୧୬୦ ରନ କରିଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩୭ ରନ ଏବଂ ମହମ୍ମଦ ସିରାଜ ୧୭ ରନ ଦେଇ କ୍ରମଶଃ ୪ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଜବାବରେ ଭାରତ ୯ ଓଭରରେ ୪ ଓ୍ଵିକେଟ୍ ହରାଇ ୭୫ ରନ କରିଛନ୍ତି। ଏହି ସମୟରେ ବର୍ଷା ହେବାରୁ ଖେଳ ସମ୍ଭବ ହୋଇ ପାରିନଥିଲା। ବାଧ୍ୟ ହୋଇ ମ୍ୟାଚ୍ ଟାଇ ଘୋଷିତ କରାଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲ୍‌ରୁ ୩୦ ରନ ଏବଂ ଦୀପକ ହୁଡ୍ଡା ୯ ରନ କରି ଅପରାଜିତ ଥିଲେ।ଏହି ଶୃଙ୍ଖଳାରେ ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭଲ ବ୍ୟାଟିଂ କରିଛନ୍ତି। ଆଉ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି ଦଳର ବୋଲର। ଟି-୨୦ ବିଶ୍ଵ କପ୍ ପରେ ରୋହିତ ଶର୍ମା, ବିରାଟ କୋହଲି କେଏଲ ରାହୁଲଙ୍କ ପରି ବରିଷ୍ଠ  ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ଗସ୍ତରୁ ବିଶ୍ରାମ ନେଇଥିଲେ। ଅଧିନାୟକ ଦାୟିତ୍ଵ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଥିଲା। ଆଉ ତାଙ୍କ ନେତୃତ୍ଵରେ ଭାରତ ଟି-୨୦ ଶୃଙ୍ଖଳା ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ପାଣ୍ଡ୍ୟା ଦଳର ନେତୃତ୍ଵ ନେଇ ଆୟରଲାଣ୍ଡ ବିପକ୍ଷରେ ଭାରତକୁ ବିଜୟୀ କରାଇ ସାରିଛନ୍ତି। ସୂର୍ଯ୍ୟକୁମାର ଯାଦବ  ଦୁଇଟି ଇନିଂସରେ ୧୨୪ ହାରରେ ଏବଂ ୨୦୩.୭ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ୍ ୧୨୪ ରନ କରିଛନ୍ତି। ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍‌ରେ ସେ ୫୧ ବଲ୍‌ରୁ ୧୧୧ ରନର ବିସ୍ଫୋରଣ ଇନିଂସ ଖେଳିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: