ବର୍ଷିଆନ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ

ମୁମ୍ୱାଇ ୦୪/୦୮: ବର୍ଷିଆନ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ|ହିନ୍ଦୀ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ଦେହାନ୍ତ । ଖବର ମୁତାବକ, ଗତାକାଲି ରାତିରେ ମିଥିଲେଶ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି । ସେ ଦୀର୍ଘଦିନ ହେବ ହୃଦଘାତ ସହ ଲଢେଇ କରୁଥିଲେ । ତେବେ ଗତକାଲି ଲକ୍ଷ୍ନୌରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେ ।  ତାଙ୍କ ଦେହାନ୍ତ ନେଇ ସୋସିଆଲ ମିଡିଆରେ ତାଙ୍କ ଜ୍ୱାଇଁ ଆଶିଷ ଚତୁର୍ବେଦୀ ସୂଚନା ଦେଇଛନ୍ତି । ମିଥିଲେଶଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଛି । ମିଥିଲେଶ ଚତୁର୍ବେଦୀ ତାଙ୍କ କ୍ୟାରିୟରରେ ଅନେକ ବଡ ଏବଂ ଭଲ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସନ୍ନି ଦେଓଲଙ୍କ ‘ଗଦର: ଏକ ପ୍ରେମ କଥା’, ମନୋଜ ବାଜପେୟୀଙ୍କ ‘ସତ୍ୟା’, ଶାହରୁଖ ଖାନଙ୍କ ‘ଅଶୋକା’, ‘ତାଲ’, ‘ବଣ୍ଟି ଅର ବବଲି’, ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ମିଥିଳେଶ । କିନ୍ତୁ କୋଇ ମିଲଗୟାରେ ତାଙ୍କ ଅଭିନୟ ଥିଲା ବେଶ ବଳିଷ୍ଠ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: