ବଲିଉଡର ଖ୍ୟାତନାମା ନୃତ୍ୟ ନିର୍ଦେଶକ ସରୋଜ ଖାନଙ୍କର ପରଲୋକ

ହିନ୍ଦୀ ସିନେଜଗତର ଖ୍ୟାତନାମା ନୃତ୍ୟ ନିର୍ଦେଶକ ସରୋଜ ଖାନଙ୍କର ବିଳମ୍ବିତ ରାତି ପରଲୋକ ହୋଇଛି । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲେ ।ଗତ ଜୁନ୍ ୨୦ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡର କୋରିଓଗ୍ରାଫର ସରୋଜ ଖାନଙ୍କର ଶ୍ବାସକ୍ରିୟାରେ ସମସ୍ୟା ଦେଖା ଯିବା ପରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କର ମଧୁମେହ ଏବଂ ଆନୁସଙ୍ଗିକ ରୋଗ ମଧ୍ୟ ଥିଲା। ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଫଳରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର କୋଭିଡ୍-୧୯ ଟେଷ୍ଟ ନେଗଟିଭ୍ ଆସିଛି । ମୃତ୍ୟୁ ହବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା ।ସରୋଜ ଖାନଙ୍କ ସ୍ୱାମୀ ବି ସୋହାନଲାଲ, ପୁଅ ହମିଦ ଖାନ ଏବଂ ଦୁଇ ଝିଅ ହିନା ଖାନ ଏବଂ ସୁକିନା ଖାନ ଅଛନ୍ତି। ତାଙ୍କ ଝିଅ ସୁକିନା ଖାନ ସୂଚନା ଦେଇଛନ୍ତି ଯେ ତାଙ୍କ ମା’ଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ଆସିଥିଲା।ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ସରୋଜ ଖାନଙ୍କୁ ୨ ହଜାରରୁ ଅଧିକ ଗୀତ କୋରିଓଗ୍ରାଫି କରିବାର ଶ୍ରେୟ ଦିଆଯାଇଛି । ୨୨ ନଭେମ୍ବର ୧୯୪୮ରେ ଜନ୍ମ ହୋଇଥିବା ସରୋଜ ଖାନ ବଲିଉଡର ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସମସ୍ତେ ତାଙ୍କ କାମକୁ ପ୍ରଶଂସା କରନ୍ତି ।ସରୋଜ ଖାନ୍ ତାଙ୍କ କ୍ୟାରିୟରରେ ଅନେକ ପ୍ରସିଦ୍ଧ ଗୀତ କୋରିଓଗ୍ରାଫି କରିଛନ୍ତି ।ସେ ୩ ଥର ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।। ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: