ମୁମ୍ବାଇ,୧୯।୧ : ବଲିଉଡ଼ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଗିରଫ | ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ନିଜର ବ୍ୟକ୍ତିଗତ ଏବଂ ପେଶାଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଆଦିଲ ଖାନଙ୍କୁ ବିବାହ କରି ଲୋକଲୋଚନକୁ ଆସିଥିବା ବେଳେ ବର୍ତ୍ତମାନ ମୁମ୍ବାଇର ଆମ୍ବୋଲି ପୋଲିସ ରାକ୍ଷୀଙ୍କୁ ହେପାଜତକୁ ନେଇଛି । ଏଥିସହିତ ଥାନାରେ ପଚରା ଉଚରା ଚଳାଇଛି । ତେବେ ଶାର୍ଲିନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ମାମାଲାରେ ରାକ୍ଷୀଙ୍କୁ ପୋଲିସ ପଚରା ଉଚରା କରିଛି । ଫଳରେ ରାକ୍ଷୀଙ୍କ ଅଡୁଆ ବଢିବାର ଲାଗିଛି ।ଆଦିଲ ଖାନଙ୍କ ସହ ନିଜ ବିବାହ ଓ ତାଙ୍କ ମାଆଙ୍କ ଅସୁସ୍ଥତାକୁ ନେଇ ସେ ଚିନ୍ତିତ ଥିବା ବେଳେ ଏବେ ତାଙ୍କୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଗୁରୁବାର ଅମ୍ବୋଲୀ ପୁଲିସ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି। ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ପୁଲିସ ରାକ୍ଷୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିଛି ସମୟ ପରେ ପୁଲିସ ରାକ୍ଷୀ ସାୱନ୍ତଙ୍କୁ ଅନ୍ଧେରୀ କୋର୍ଟରେ ହାଜର କରିବ।ରାକ୍ଷୀଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, କିଛି ଦିନ ପୂର୍ବରୁ ସେ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଆପତ୍ତିଜନକ ଭିଡିଓ ଓ ଫଟୋ ଭାଇରାଲ କରିଥିଲେ। ଏହାପରେ ଶର୍ଲିନ ଗତ ବର୍ଷ ରାକ୍ଷୀଙ୍କ ବିରୋଧରେ ପୁଲିସରେ ମାମଲା ଦାୟର କରିଥିଲେ। ଏବେ ଏହି ମାମଲାରେ ଶର୍ଲିନଙ୍କ ଅଭିଯୋଗ ପରେ ଆଜି ଅମ୍ବୋଲୀ ପୁଲିସ ରାକ୍ଷୀଙ୍କୁ ଗିରଫ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |