ବସ୍ତା ଭିତରେ ମହୁଲି ମଦ

ଭଦ୍ରକ୨/୨: ବସ୍ତା ଭିତରେ ମହୁଲି ମଦ । ଭଦ୍ରକ ଜିଲ୍ଲା  ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଗୋଟିଏ କି ୨ଟି ବସ୍ତା ନୁହେଁ, ଏଭଳି ଘରୁ ଭିତରୁ ୨୭ ବସ୍ତା ମହୁଲି ମଦ ବାହାରିଛି। ଏହି ମହୁଲି ମଦର ପରିମାଣ ପ୍ରାୟ ୧୩୫୦ ଲିଟରରୁ ଅଧିକ ହେବ। ଏ ସଂପର୍କରେ ଜିଲ୍ଲା ଅବକାରୀ ଖବର ପାଇବା ପରେ ଘର ଉପରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ସହ ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି।  ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଟିମ ଭଦ୍ରକ ଜିଲ୍ଲା  ଆଗରପଡା ବଜ଼ାର ନିକଟରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଘର ଭିତରୁ ୨୭ଟି ବସ୍ତା ମିଳିଥିଲା । ବସ୍ତା ରେ ୧୩୫୦ ଲିଟର ଦେଶୀ ମହୁଲି ଜବତ କରିଛି । ଅଭିଯୁକ୍ତ ହେଉଛନ୍ତି ଆଗରପଡା ଥାନା ଅନ୍ତର୍ଗତ ବରହମପୁର ଗ୍ରାମର ନବକିଶୋର ବେହେରା। ଜବତ ମଦର ଆନୁମାନିକ ମୂଲ୍ୟ  ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: