ଚାନ୍ଦବାଲି ୧୧।୦୩ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଂଶଡ଼ା ଫେରୀ ଘାଟ ନିକଟରେ ଅଘଟଣ । ନାୟକ ନାମକ ଯାତ୍ରାବାହୀ ବସ୍କୁ ଜାଳିଦେଲେ ଦୁର୍ବୃତ୍ତ। ଅଳ୍ପକେ ବର୍ତିଗଲେ ଡ୍ରାଇଭର ଓ କଣ୍ଡକ୍ଟର। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଛାନ୍ଭିନ୍ ଜାରି । ଖବର ଅନୁଯାୟୀ, ବସ୍ଟି ପ୍ରତିଦିନ ଭୁବନେଶ୍ୱରରୁ ଭାୟ ଚାନ୍ଦବାଲି ଦେଇ ବାଂଶଡ଼ା ଫେରି ଘାଟ ନିକଟରେ ରାତ୍ରୀ ଯାପନ କରିଥାଏ । ପୂର୍ବ ଦିନ ପରି ବୁଧବାର ଦିନ ନିଜର ଯାତ୍ରା ସାରି ଫେରି ଘାଟି ନିକଟରେ ରହିଥିଲା । ବସ୍ରେ ଡ୍ରାଇଭର ଓ କଣ୍ଟକ୍ଟର ଉଭୟ ଶୋଇଥିଲେ , ହେଲେ କିଛି ଦୁର୍ବୃତ୍ତ ବସ୍ରେ ଆସି ନିଆଁ ଲଗାଇଦେଇଥିଲା । ବସ୍ରେ ନିଆଁ ଲାଗିବା ଦେଖି ଡ୍ରାଇଭର ଓ କଣ୍ଟକ୍ଟର କାଚ ଭାଙ୍ଗି ବାହାରକୁ ଆସିଯାଇଥିଲେ । କିନ୍ତୁ ବସ୍ଟି ନିଆଁରେ ପୁରା ଜଳିପୋଡି ପାଉଁଶ ହୋଇଯାଇଛି । ବସ୍ କର୍ମଚାରୀ ଅଗ୍ନିଶମ ବାହିନୀକୁ ତୁରନ୍ତ ଏନେଇ ଖବର ଦେଇଥିଲେ , ହେଲେ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ବସ୍ଟି ସଂପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |