ବସ୍-ଟ୍ରକ୍ ମୁହାଁମୁହିଁ

ଯୋଧପୁର, ୧୩ା୩: ରାଜସ୍ଥାନର ଯୋଧପୁରରେ ଏକ ପର୍ଯ୍ୟଟକ ବସ୍ ଓ ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀରୁ ପର୍ଯ୍ୟଟକ ମାନେ ବସରେ ଯୋଧପୁର ଯାଉଥିଲେ । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଥିବା ଜଣାପଡ଼ିଛି । ସମସ୍ତ ମୃତାହତ ବ୍ୟକ୍ତି ଦିଲ୍ଲୀର ବାସିନ୍ଦା ବୋଲି ଜଣପଡ଼ିଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ହସ୍ପିଟାଲକୁ ପଠାଇଥିବା ଜଣାପଡ଼ିଛି । ଦିଲ୍ଲୀରୁ ପର୍ଯ୍ୟଟକ ମାନେ ବସରେ ଯୋଧପୁର ଯାଉଥିଲେ । ୧୧ ଜାତୀୟ ଜାତୀୟ ରାଜପଥର ଫାଲୋଡ଼ି ନିକଟରେ ଏକ ଗାଁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଡ୍ରାଇଭରର ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ପୋଲିସ ଅନୁମାନ କରୁଛି । ପୋଲିସ ଘଟଣାର ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: