ବାଇକ୍ ଚୋରି ର‍୍ୟାକେଟର ପର୍ଦ୍ଦାଫାସ,୬ ଗିରଫ ୨୦ଟି ଚୋରି ବାଇକ୍‌ ଜବତ

 କନ୍ଧମାଳ, ୧୭/ ୦୯: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ୍‌କୁ ବଡ଼ ସଫଳତା। ଏକ ବାଇକ୍ ଚୋରି ର‍୍ୟାକେଟର ପର୍ଦ୍ଦାଫାସ କରିଛି ପୋଲିସ୍‌। ଏହି ର‍୍ୟାକେଟର ୬ ଜଣଙ୍କୁ ଗିରଫ କରିଛି ପୋଲିସ୍‌ ଏଥିସହିତ ୨୦ଟି ଚୋରି ବାଇକ୍‌ ଜବତ କରିଛି ଫିରିଙ୍ଗିଆ ପୋଲିସ୍। ଥାନାଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସୂଚନା ମୁତାବିକ ବୁଧବାର ପୋଲିସ୍‌ ଗାଡ଼ି ଯାଞ୍ଚ କରୁଥିବା ବେଳେ ସନ୍ତୋଷ କୁମାର ମାଝୀ ନାମକ ଜଣେ ବ୍ୟକ୍ତି ନମ୍ବର ନଥିବା ଏକ ହିରୋ ଗ୍ଲାମର ବାଇକ୍‌ ଚଲାଇ ଯାଉଥିଲେ। ପୋଲିସ୍‌ ଯାଞ୍ଚ କରୁଥିବା ସମୟରେ ଉକ୍ତ ଚାଳକଙ୍କୁ ପୋଲିସ୍‌ ପକ୍ଷରୁ ଅଟକାଇ ଯାଇଥିଲା ଏବଂ ପଚରା ଉଚରା କରାଯାଇଥିଲା। ପଚରଉଚରା ସମୟରେ ତାହା ଏକ ଚୋରା ବାଇକ୍‌ ବୋଲି ଜଣା ପଡ଼ିଥିଲା ଫଳରେ ପୋଲିସ୍‌ ଉକ୍ତ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଧିକା ପଚରା ଉଚରା କରିଥିଲା। ଏହି ସମୟରେ ବାଇକ୍‌ ଚୋରି ର‍୍ୟାକେଟ୍‌ର ସନ୍ଧାନ ପାଇଥିଲା ପୋଲିସ୍। ଫଳରେ ପୋଲିସ୍‌ ତଥ୍ୟ ହାସଲ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଇକ୍‌ ଚୋରି ର‍୍ୟାକେଟର ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦ଟି ବାଇକ୍‌ ଜବତ କରିଥିଲା ପୋଲିସ୍। ଗିରଫ ଅଭିଯୁକ୍ତ ମାନେ ହେଲେ ସନ୍ତୋଷ ମାଝି, ଲିଟୁ ଦିଗାଲ, ଅନନ୍ତ ଦେହୁରୀ, ଅଙ୍ଗୁର ଦିଗାଲ, ବିଳାସ କହଁର, ଅଭିମନ୍ୟୁ କହଁର। ଅଭିଯୁକ୍ତମାନଙ୍କ ନାମରେ ୮୦/ ୨୦୨୦ ମାମଲା ରୁଜୁ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନାଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!