ବାଇକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ରେଡକ୍ରସ ତରଫରୁ ସହାୟତା

ମୁନିଗୁଡା,୧୮/୬ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଗତ 12 ତାରିଖରେ ଏକ ବାଇକ ଦୁର୍ଘଟଣାରେ ଜଣେ ମୃତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା l ତେବେ ଆଜି ରେଡକ୍ରସ ତରଫରୁ ସହାୟତା ରାଶି ପ୍ରଦାନ କରାଯାଇଛି l ଏହି ଅବସରରେ ରାୟଗଡା ଜିଲ୍ଲାପାଳ ସୋରଜ କୁମାର ମିଶ୍ରଙ୍କ ନିର୍ଦେଶ କ୍ରମେ ମୁନିଗୁଡା ତହସିଲଦାର ଦେବାଶିଷ ଗୌଡ଼,ରେଭେନ୍ୟୁ ସୁପରଭାଇଜର ପତିତପାବନ ରଥ,ମୁନିଗୁଡା ରାଜସ୍ବ ନିରୀକ୍ଷକ ନୀଳାଞ୍ଚଳ ଗୌଡ଼,ଜଗଦଳପୁର ରାଜସ୍ବ ନିରୀକ୍ଷକ ବାଳକୃଷ୍ଣ ରଥ, ମୁନିଗୁଡା ବିଜେଡି ବ୍ଲକ ସଭାପତି ରତନଲାଲ ଜୈନ ଓ ବିଜେଡି ଜିଲ୍ଲା ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼ ଓ ବିଜେଡି ଜିଲ୍ଲା ଯୁବ ଛାତ୍ର ସମ୍ପାଦକ ଅଶ୍ୱିନୀ ବେହେରା ପ୍ରମୁଖ ପାଇକସାହି ସ୍ଥିତ ରାଜୀବ ପଡାରେ ରହୁଥିବା ମୃତ ବ୍ୟକ୍ତି ସିତିନା ଉର୍ଲାକାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ସିତିନାଙ୍କ ପତ୍ନୀଙ୍କୁ ଜିକ ଉର୍ଲାକାଙ୍କ ନାମରେ ଏକ 10 ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ l ସିତିନାଙ୍କ ପରିବାର ଗରିବ ହୋଇଥିବାରୁ ଏହି ସହାୟତା ରାଶି ପାଇବା ପରେ ପରିବାର ତରଫରୁ ରାଜ୍ୟ ସରକାରଙ୍କ ସମେତ ଜିଲ୍ଲାପାଳ, ତହସିଲଦାର ଓ ସ୍ଥାନୀୟ ନେତୃତ୍ୱବୃନ୍ଦ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: