ବାଇକ ଦୁର୍ଘଟଣା ଜଣେ ମୃତ, ତିନି ଗୁରୁତର

ମୁନିଗୁଡା,୧୩/୬(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଘଟିଛି ଏକ ଅଭାବନୀୟ ଘଟଣା l ବାଇକ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ ଏକ ବାଇକରେ ଚାରି ଜଣ ବସି ଆସୁଥିବା ବେଳେ ସହୀଦ ଲକ୍ଷ୍ମଣ ନାୟକ ଛକ ବା ତିନିକୋଣିଆ ଛକ ନିକଟରେ ରାୟଗଡାରୁ କଳାହାଣ୍ଡି ପଟେ ଯାଉଥିବା ଏକ ଟ୍ରକ ସହ ଧୋକା ହୋଇ ବାଇକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଯାହା ଫଳରେ ବାଇକରେ ବସିଥିବା ଚାରି ଜଣ ଗୁରୁତର ଭାବେ ଆହାତ ହୋଇଥିଲେ l ଖବର ପାଇ ତୁରନ୍ତ ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଚାରି ଜଣଙ୍କୁ ଉଦ୍ଧାର କରି ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଚାରି ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସମସ୍ତଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ଉକ୍ତ ଚାରି ଜଣ ହେଲେ ଧୋବା ଗୌଡ଼,ପ୍ରଶାନ୍ତ କରକରିଆ,ସିତିନା ଉର୍ଲାକା ଓ ଜେ.ଖାନ ବୋଲି ଜଣାପଡିଛି l କିନ୍ତୁ ଦୁଃଖର ବିଷୟ ଏହିକିଯେ ସେଥି ମଧ୍ୟରୁ ମୁନିଗୁଡା ରାଜୀବପଡା ସାହିର ସିତିନା ଉର୍ଲାକାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିବା ବେଳେ ଅନ୍ୟ ତିନି ଜଣଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବ ଜଣାପଡିଛି l ମୁନିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଓ ଟ୍ରକ ଯବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି l ସିତିନାଙ୍କ ମୃତ୍ୟୁ ଖବର ପରେ ରାଜୀବପଡା ସାହି ତଥା ମୁନିଗୁଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: