ବାଉଁଶ କରଡ଼ି ସଂଗ୍ରହ କାଳ ହେଲା, ବିରୁଡ଼ି ଆକ୍ରମଣରେ ଚାଲିଗଲା ଜୀବନ

ଜୟପୁର, ୧୪/ ୦୯: କରୋପୁଟ ଜିଲ୍ଲା ଜୟପୁର ବାଲିଆ ଗାଁର ପାଞ୍ଚ ଜଣ ଲୋକ ନିକଟରେ ଥିବା ଏକ ଜଙ୍ଗଲରୁ ବାଉଁଶ କରଡ଼ି ସଂଗ୍ରହ କରିବାକୁ ଯାଇଥିଲେ। କିନ୍ତୁ ଜଙ୍ଗଲରେ ବାଉଁଶ କରଡ଼ି ସଂଗ୍ରହ କରିବାବେଳେ ଦଳେ ବିରୁଡ଼ି ଆସି ଆକ୍ରମଣ କରିଥିଲେ। ଯାହାଫଳରେ ୫ଜଣଙ୍କୁ ବିରୁଡ଼ି ବିନ୍ଧିବା ଫଳରେ ସେମାନେ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ଲାଗି ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ଜଗବନ୍ଧୁ ପରଜାଙ୍କ ପୁଅ କୁଶ ପରଜା ବୋଲି ଜଣାପଡିଛି। ତାଙ୍କ ବୟସ ପ୍ରାୟ ୪୭ବର୍ଷ ହେବ ବୋଲି ଜଣାପଡିଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ଜାରି ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!