ବାଘମାରୀ ପଚାଂୟତ ଜନସୂଚନା ଅଧିକାରୀଙ୍କ ଚଂଚକତା ଆପିଲିଟ୍ ଅଥୋରିଟ୍‌ଙ୍କ ନିର୍ଦ୍ଦେଶକୁ ଅବମାନନା

ରାଜନଗର,୧୮/୬;(ପ୍ରିୟ ବ୍ରତ ଓଝା): ରାଜନଗର ବ୍ଲକ ବାଘମାରୀ ପଚାଂୟତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପଚାଂୟତ ଜନସୂଚନା ଅଧିକାରୀ ବାହାଦୁର ଟୁଡୁ କିପରି ଚଂଚକତା କରି ତଥ୍ୟ ପ୍ରଦାନ କରୁନାହାଁନ୍ତି, ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏହି ପଚାଂୟତର ସୂଜେନ୍ଦୁ ଜାନା ଗତବର୍ଷ କୋଭିଡ-୧୯ରେ ପଚାଂୟତ ତରଫରୁ ହୋଇଥିବା ଖର୍ଚ୍ଚର ତଥ୍ୟ ପାଇଁ ସୂଚନା ଅଧିକାର ଆଇନ ଅନୁଯାୟୀ ଫର୍ମ (କ)ରେ ଚଳିତ ବର୍ଷ ମାର୍ଚ୍ଚ ୨୫ରେ ତଥ୍ୟ ମାଗିଥିଲେ । ଆବେଦନର ପ୍ରାୟ ଏଳମାସ ପରେ ଶ୍ରୀ ଜାନାଙ୍କୁ ୧୦ହଜାର ଟଙ୍କା ପୈଠ କରିବାକୁ ପତ୍ର ଦେଇଥିଲେ । ସେ ଟଙ୍କା ନେଇ ପଚାଂୟତ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ପଚାଂୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଟୁଡୁ ସମୟ ଅତିକ୍ରାନ୍ତ ହୋଇଯାଇଛି ବୋଲି କହି ତାଙ୍କୁ ଫେରାଇ ଦେଇଥିଲେ । ଏହାପରେ ଶ୍ରୀ ଜାନା ପ୍ରଥମ ଆପିଲିଟ୍ ଅଥୋରିଟ୍‌ଙ୍କ ନିକଟରେ ଆବେଦନ କରିଥିଲେ । ଗଣମାଧ୍ୟମର ପ୍ରତିନିଧିମାନେ ଏସଂପର୍କରେ ସୂଚନା ପାଇଁ ବିସ୍ତୃତ ବିବରଣୀ ସହ “ସୂଚନା ଅଧିକାର ଆଇନକୁ ଉପେକ୍ଷା:ତଥ୍ୟ ମାଗିଲେ ଆର୍ଥିକ ବୋଝ ଲଦି ଅଧିକାରୀ ଛୁ” ଶୀର୍ଷକ ଖବର ମେ ମାସ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବା ପରେ ପ୍ରଥମ ଆପିଲିଟ୍ ଅଧିକାରୀ ପତ୍ରାଙ୍କ ନଂ-୧୪୭୧, ତା୧୭.୫.୨୦୨୧ରେ ଶ୍ରୀ ଜାନାଙ୍କୁ ତା୨୧.୫.୨୧ରେ ବ୍ଲକ କାର୍ଯ୍ୟାଳୟରେ ଶୁଣାଣୀ କରିବାକୁ ଜଣାଇଥିଲେ । ତଦନୁଯାୟୀ, ଶ୍ରୀ ଜାନା ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ । ଶୁଣାଣୀ ପରେ ପ୍ରଥମ ଆପିଲିଟ୍ ଅଧିକାରୀ ଧର୍ମେନ୍ଦ୍ରକୁମାର ଦାସ ଶୁଣାଣୀରେ ୧୫ଦିନ ମଧ୍ୟରେ ଶ୍ରୀ ଜାନା ଚାହୁଁଥିବା ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେ ଏହାକୁ ଅମାନ୍ୟ କରି ଘଟଣାକୁ ରଫାଦଫା କରିବାକୁ ଶ୍ରୀ ଜାନାଙ୍କୁ ଉପରେ ଚାପ ପ୍ରୟୋଗ କରିବା ସହ ତଥ୍ୟ ନଦେଲେ ତୁମେ କିଛି କରି ପାରିବ ନାହିଁ ବୋଲି କହୁଥିବା ଶୁଣିବାକୁ ମିଳୁଛି । ଶ୍ରୀ ଟୁଡୁଙ୍କ ଏଭଳି କାର୍ଯ୍ୟ ସରକାରଙ୍କ ସୂଚନା ଅଧିକାର ଆଇନକୁ ଉଲଂଘନ କରୁଥିବା ଶ୍ରୀ ଜାନା ବାଧ୍ୟ ହୋଇ ସୂଚନା ଅଧିକାର କମିଶନରଙ୍କ ଦ୍ୱାରସ୍ତ ହେବେ ବୋଲି ପ୍ରକାଶ କରିଛନ୍ତି । ଏସଂପର୍କରେ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେବାକୁ ସେ ଦାବୀ ଦାବୀ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: