ବାଘ ସହ ଲଢିଲେ ଦଶରଥ ବଞ୍ଚିଗଲା ମାଏନୋ

ବାରିପଦା,୧୬/୩:ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଶୋଇ ଥାନା ଖଡମବେଡା ଗ୍ରାମ ପଞ୍ଚାୟତ ତାରଣା ଗାଁରେ ଆଜି ଭୋରୁ ମାଏନୋ ହାଁସଦା ( ୪୦ ବର୍ଷ) ପରିସ୍ରା ପାଇଁ ଦାଣ୍ଡକୁ ଯାଇଥିଲେ। ଠିକ୍ ଏତିକି ବେଳେ ନିକଟରେ ଥିବା ଏକ ଜଙ୍ଗଲ ଭିତରୁ ଏକ କଲରାପତରିଆ ବାଘ ତାଙ୍କ ଉପରେ ଆକ୍ରମଣ କରିଥିଲା ଓ ତାଙ୍କ ହାତକୁ କାମୁଡି ଦେଇଥିଲା। ବାଘର ଆକ୍ରମଣରେ କ୍ଷତ ବିକ୍ଷତ ହୋଇ ଯନ୍ତ୍ରଣାରେ ମହିଳା ଚିତ୍କାର କରିବାରୁ ତାଙ୍କ ଦିଅର ଦଶରଥ ହାଁସଦା (୨୫ ବର୍ଷ ) ସେଠାକୁ ଧାଇଁଆସିଥିଲେ ଆଉ ବାଘ ଉପରକୁ ଝାମ୍ପି ପଡିଥିଲେ। ଦଶରଥ ବାଘ ସହ ଲଢିଥିଲେ। ବାଘ ମଧ୍ୟ ଦଶରଥଙ୍କ ଉପରେ ପ୍ରତି ଆକ୍ରମଣ କରିଥିଲା। କିଛି ସମୟ ମୁହାଁମୁହିଁ ପରେ ବାଘ ପଳାଇ ଯାଇଥିଲା। ଏହା ପରେ ପରିବାର ଲୋକେ ଉଭୟ ଭାଉଜ ଦିଅରଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣା ସମ୍ପର୍କରେ ରାଇରଙ୍ଗପୁର ଏସିଏଫ ବୈଦ୍ୟନାଥ ମାଝି କହିଥିଲେ ଯେ ଦୁଇ ଜଣଙ୍କୁ  କଲରପତରିଆ ବାଘ ଆକ୍ରମଣ କରିଥିବା ଜଣାପଡିବା ପରେ ବିଶୋଇ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଛି ବୋଲି ସୂଚନା ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: