ବାଚସ୍ପତିଙ୍କର ଧନ୍ୟବାଦ ପତ୍ର ବିରୋଧୀଙ୍କ ଶିବିରରେ ସୃଷ୍ଟି କଲା କମ୍ପନ

ବ୍ରହ୍ମପୁର,୧/୨(ମନୋଜ କୁମାର ପାତ୍ର):ସମୟର ସ୍ରୋତରେ ପରିବର୍ତ୍ତନ ସହ ଆବର୍ତମାନ ସମୟ ସୁଅରେ ସବୁ ଅଙ୍କ କଷିବା ଏତେ ସହଜ ହୋଇନଥାଏ।ଯେଉଁ ବିବାଦକୁ ନେଇ ଅନେକ ସମଲୋଚନାର ଶିକାର ହୋଇଥିଲେ କୁକୁଡ଼ାଖଣ୍ଡି ବ୍ଲକ ଅଧକ୍ଷ ତେବେ ବିରୋଧିଙ୍କର ମୁହଁରେ ବାଜିଛି ଶକ୍ତ ଚାପୁଡ଼ା। ଯେତେବେଳେ ସମସ୍ତେ ସମଲୋଚନା କରୁଥିଲେ ଏବଂ ବାଚସ୍ପତିଙ୍କର ସମ୍ପର୍କ ତିକ୍ତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ଓଡ଼ିଶାର ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର ନିଜର ସାଧରତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୁପାୟନ ପାଇଁ ଆଜି କୁକୁଡ଼ାଖଣ୍ଡି ବ୍ଲକର ଅଧକ୍ଷ କମାକ୍ଷା ପ୍ରସାଦ ପାତ୍ରଙ୍କୁ ତାଙ୍କର ଦକ୍ଷତା ମୁତାବକ ଏତେ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଧନ୍ୟବାଦ ଦେବା ସହ ତାଙ୍କୁ ଶୁଭେସ୍ଛା ଜଣାଇଛନ୍ତି। ତେବେ ବିରୋଧିଙ୍କର ମୁହଁ ସମ୍ପୂର୍ଣ ଚୁପ ଥିବା ବେଳେ ଆଜିର ଏ ଅଭିନନ୍ଦନ ପତ୍ର ସମାଲୋଚକ ତଥା ବିରୋଧୀଙ୍କର ମୁହଁରେ ଏକ ବଡ଼ ଧକା ବୋଲି ସାଧାରଣ ଚର୍ଚ୍ଚା ଜୋର ଧରିଛି। ଆଜି କୁକୁଡ଼ାଖଣ୍ଡି ରାଜନୈତିକ ସମିକରଣ ତଥା ବୁଦ୍ଧିଜୀବୀଙ୍କର ମହଲରେ ବ୍ଲକ ଅଧକ୍ଷଙ୍କର ସପକ୍ଷରେ ଥିବାବେଳେ ବିରୋଧିଙ୍କର ଶିବିରରେ ବାଚସ୍ପତିଙ୍କର ଏଭଳି ଆଭିମୁଖ୍ୟ ଦେଖି ସାପ ଶୁଙ୍ଘିଲା ଭଳି ଲୁଚିକି ରହିବା ଛଡା ଆଉ କଣ ବା ପନ୍ଥା ଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: