ବାଚସ୍ପତିଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ

ବ୍ରହ୍ମପୁର-୦୧/୧୦(ମନୋଜ କୁମାର ପାତ୍ର):ଓଡିଶା ବିଧାନସଭା ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଶୁକ୍ରବାର କୁକୁଡାଖଣ୍ଡି ବ୍ଲକ ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିଥିଲେ।ମାନ୍ୟବର ବାଚସ୍ପତି ଶ୍ରୀ ପାତ୍ର ଶୁକ୍ରବାର ଦିନ କୁକୁଡ଼ାଖଣ୍ଡି ବ୍ଲକର ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତର ବନ୍ତପଲ୍ଲୀ,ଚାଞ୍ଚଡାପଲ୍ଲୀ ଓ ବନ୍ଧାଗୁଡା ଗ୍ରାମରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଉଦଘାଟନ କରିଥିଲେ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀ ପାତ୍ର ପ୍ରଥମେ ବନ୍ତପଲ୍ଲୀ ଗ୍ରାମର ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚିଥିଲେ।ତେବେ ଏହି କାର୍ଯ୍ୟକ୍ରମ ଅବସରରେ ପୂର୍ବରୁ ଉପସ୍ଥିତ ଥିବା ଶତାଧିକ ଦଳିୟ କର୍ମୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଶ୍ରୀ ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଏକ ବିରାଟ ବାଇକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ।ଏବଂ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦଘାଟନ କରିଥିଲେ।ପ୍ରଥମେ ବାଚସ୍ପତି ଶ୍ରୀ ପାତ୍ର ବନ୍ତପଲ୍ଲୀ ଗ୍ରାମର ମା କାଳୁଆ ମନ୍ଦିରରେ ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କମ୍ପାଉଣ୍ଡ ୱାଲ୍, ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଲାଇବ୍ରେରୀ କୋଠା ଓ ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ମିନି କଲ୍ୟାଣ ମଣ୍ଡପ ଉଦଘାଟନ କରିଥିଲେ।ପରେ ଚାଞ୍ଚଡାପଲ୍ଲୀ ଠାରେ ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କଲ୍ୟାଣ ମଣ୍ଡପ କୋଠା,୧୬.୪୦ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ମଡେଲ ଅଙ୍ଗନବାଡ଼ି କେନ୍ଦ୍ର,୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ସ୍କୁଲ ଗେଟ୍ ଓ କମ୍ପାଉଣ୍ଡ ୱାଲ୍,୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସ୍କୁଲ ଡାଇଂନିଙ୍ଗ ହଲ୍ ଏବଂ ଟଏଲେଟ୍ ରୁମ୍, ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ପ୍ଲେ ଗ୍ରାଉଣ୍ଡ ଓ ଶିଶୁ ଉଦ୍ୟାନକୁ ଉଦଘାଟନ କରିଥିଲେ।ଏହି ଅବସରରେ ଚାଞ୍ଚଡାପଲ୍ଲୀ ବିଦ୍ୟାଳୟ ପରିସରରେ ଆୟୋଜିତ କରାଯାଇଥିବା ଏକ ସଭାରେଯୋଗ ଦେଇ ବାଚସ୍ପତି ଶ୍ରୀ ପାତ୍ର ସ୍ଥାନୀୟ ସରପଞ୍ଚଙ୍କୁ ସାଧୁବାଦ ଜଣାଇଥିଲେ।ବର୍ତ୍ତମାନ ବନ୍ତପଲ୍ଲୀ ପଞ୍ଚାୟତରେ ଯେଉଁ ଭଳି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି ତାହା ବେଶ ପ୍ରଶଂସନୀୟ ହୋଇଥିବା ବେଳେ ବର୍ତ୍ତମାନ ଗାଁ ନିର୍ମଳ ଧୋବା ତୋଠରୁ ହିଁ ଜାଣିପାରିବେ ବୋଲି ବାଚସ୍ପତି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ସଭାରେ ମାନ୍ୟବର ବାଚସ୍ପତି ଉପସ୍ଥିତିରେ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଗ୍ରାମର ଯେଉଁ ମହିଳାମାନେ ବିଧବା ଭତା ପାଇବା ପାଇଁ ଯୋଗ୍ୟ ଅଟନ୍ତି, ସେମାନେ ଯଥା ଶୀଘ୍ର ଭତା ଫର୍ମ ପୂରଣ କରି ସରପଞ୍ଚ କିମ୍ବା ଚେଇରମେନଙ୍କୁ ପ୍ରଦାନ କରିବା ପାଇଁ କହିଥିଲେ।ପରିଶେଷରେ ବନ୍ଧାଗୁଡା ଗ୍ରାମରେ ପହଞ୍ଚି ଆମ ଗାଁ ଆମ ବିକାଶ ପକ୍ଷରୁ ୩ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କମ୍ୟୁନିଟି ହଲକୁ ବାଚସ୍ପତି ଶ୍ରୀ ପାତ୍ର ଉଦଘାଟନ କରିଥିଲେ ।ବାଚସ୍ପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ଶ୍ରୀ କାମାକ୍ଷା ପ୍ରସାଦ ପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗଦାଧର ପାତ୍ର,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ତହଲ,କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ପ୍ରଧାନ,ବ୍ଲକ ସାଂସଦ ପ୍ରତିନିଧି ଟି. ରଘୁପ୍ରସାଦ ପାତ୍ର,୯ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନିରୁପମା ପାତ୍ର,ସରପଞ୍ଚ ସଙ୍ଘ ସଭାପତି ସାରଥୀ ଗୌଡ଼, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୈଳାଶ ବିଷୋୟୀ,ସନ୍ତୋଷ ଚୌଧୁରୀ, ସଞ୍ଜୟ କୁମାର ସାହୁ,ରାଧା ମୋହନ ସେଠୀ,ପିଇଓ ରାମଚନ୍ଦ୍ର ଦଳେଇ,ଜିଆରଏସ ନାଗେଶ୍ୱରୀ ଆଚାରି,ସମିତି ସଭ୍ୟ ରମେଶ ଚନ୍ଦ୍ର ସ୍ବାଇଁ,ଏମ୍. ନିରଞ୍ଜନ ରେଡି, ସବୀର ଶେଖ, ଅନୀଲ ଗୌଡ଼,ଗୋବିନ୍ଦ ଗୌଡ଼,ଉଷା ଦାସ,ସିଡିପିଓ କୁସୁମ ସାହୁ, ବିଇଓ ଏସ୍.ଗିରିଧାରୀଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

WhatsApp Image 2021 10 01 at 5.15.07 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: