ବାଜିଲା ଉପନିର୍ବାଚନ ପାଇଁ ବିଗୁଲ ,ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ

ଭୁବନେଶ୍ୱର,,୨୯।୩: ମେ୧୦ ରେ ହେବ ଝାରସୁଗୁଡା ଉପନିର୍ବାଚନ ।ଏନେଇ ବୁଧବାର ମୁଖ୍ୟ ନିର୍ବାଚନ କମିଶନର ପକ୍ଷରୁ ତାରିଖ ଘୋଷଣା କରାଯାଇଛି।  ଆଜି ଉପନିର୍ବାଚନ ପାଇଁ ବିଗୁଲ ବାଜିଛି । ତେବେ ମନ୍ତ୍ରୀ ନବ ଦାଶଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା । ତେବେ ଏହା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ବିଧାନସଭା ଆସନ ଖାଲିପଡିଥିଲା। ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ମେ ୧୦ ତାରିଖରେ ଭୋଟ ହେବ । ଏନେଇ ଏପ୍ରିଲ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ହେବ । ୨୧ରେ ଯାଞ୍ଚ ହେବ ଏବଂ ଏପ୍ରିଲ ୨୪ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେବ ।ତେବେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାର ଲାଗିଛି । ବିଜେପି ଠାରୁ ଆରମ୍ଭ କରି ବିଜେଡି ଆଉ କଂଗ୍ରେସ ତାଙ୍କ ପ୍ରାର୍ଥୀ ନାମ ଦେବା ପାଇଁ କସରତ କରିବେ । ତେବେ ଏହି ଆସନ ହାତେଇବା ପାଇଁ ମଧ୍ୟ ସବୁ ଦଳ ଆଶା ବାନ୍ଧିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!