ବାଜିଲା କର୍ଣ୍ଣାଟକ ନିର୍ବାଚନ ବିଗୁଲ , ମେ’ ୧୦ରେ କର୍ଣ୍ଣାଟକ ନିର୍ବାଚନ

ନୂଆଦିଲ୍ଲୀ,୨୯।୩: ବାଜିଲା କର୍ଣ୍ଣାଟକ ନିର୍ବାଚନ ବିଗୁଲ।  ମେ’ ୧୦ରେ କର୍ଣ୍ଣାଟକ ନିର୍ବାଚନ ହେବା ନେଇ ତାରିଖ ହେଲା ଘୋଷଣା।  କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ତାରିଖ ଘୋଷଣା କରାଯାଇଛି । ମେ’ ୧୦ ତରିଖରେ ହେବ କର୍ଣ୍ଣାଟକ ସାଧାରଣ ନିର୍ବାଚନ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନିର୍ବାଚନ କମିଶନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।  କଂଗ୍ରେସର ୭୫ଜଣ ବିଧାୟକ ଓ ଜେଡିଏସର ୨୮ଜଣ ବିଧାୟକ ରହିଛନ୍ତି । କର୍ଣ୍ଣାଟକରେ ଏବେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱରେ ବିଜେପି କ୍ଷମତାରେ ରହିଛି ।ସେହିପରି ଜେଡିଏସ୍ ର ୩୦ ବିଧାୟକ ରହିଛନ୍ତି । ଶାସନକାଳ ସମୟରେ ବିଜେପି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା । ୨୦୨୧ରେ ବିଏସ୍ ୟେଦିୟୁରପ୍ପାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଜୁଲାଇ ୨୦୨୧ରେ ବାସବରାଜ ବୋମାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନେତୃତ୍ୱରେ ନିର୍ବାଚନକୁ ଓହ୍ଲାଇବ କଂଗ୍ରେସ ଦଳ । କଂଗ୍ରେସ ନିର୍ବାଚନ ଲାଗି ୧୨୪ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏସବୁ ମଧ୍ୟରେ ଜେଡିଏସର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ । ଜେଡିଏସ୍ କିଂଗ ମେକର ଭାବେ ଉଭା ହୋଇପାରେ । ଜେଡିଏସ୍‌ର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ୱାମୀ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରଖି ଚାଲିଛନ୍ତି ।ମେ’ ୧୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଲେ ନିର୍ବାଚନ କମିଶନର।   ନିର୍ବାଚନ  ପାଇଁ ତାରିଖ ଘୋଷଣା କରିଛନ୍ତି  ମୁଖ୍ୟ ନିର୍ବାଚନ କମିଶନ ରାଜିବ କୁମାର।ତେବେ ଆସନ୍ତା ମେ ୨୪ ରେ ସରୁଛି କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟାକଳ।  ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ମତଦାନ କରିବେ ୫.୨୧ କୋଟି ଭୋଟର।  ପ୍ରଥମ ଥର ପାଇଁ ୯.୧୭ ଲକ୍ଷ ନୂଆ ଭୋଟର ସାମିଲ୍ ହୋଇଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସହ ଝାରସୁଗୁଡା ଉପନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ। ଦୁର୍ବୃତ୍ତଙ୍କ ଗୁଳିମାଡରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଛି ଝାରସୁଗୁଡା ବିଧାନସଭା ଆସନ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!