ରାଜନଗର,୩୧ା୫;(ପ୍ରିୟବ୍ରତ ଓଝା): ରାଜନଗର ବ୍ଲକରେ ବାତ୍ୟା ୟଶ ଚାଲିଯିବା ପରେ ସ୍ଥିତି ଧିରେ ଧିରେ ସୁଧୁରୁଛି । ଏବେବି ଅନେକ ଗାଁ ପାଣିଘେରରେ ରହିଛି । ପ୍ରଶାସନ ପକ୍ଷରୁ ଏହି ବ୍ଲକରେ ୮ଟି ଗ୍ରାମରେ ଲୋକମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ବାତ୍ୟା କ୍ଷତିଗ୍ରସ୍ତ ଏହି ଗାଁ ଗୁଡିକର ସ୍ତିତି ପରଖିଥିଲେ । ବିଶେଷକରି ରଙ୍ଗଣୀ ପଚାଂୟତର ଭେକ୍ଟା ଓ ପଟ୍ଟାପାରିଆ ବାତ୍ୟାଶ୍ରୟ କେନ୍ଦ୍ର ନିକଟରେ ଲୋକମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟର ମାନ ପରଖିଥିଲେ । ଲୋକମାନଙ୍କୁ ସେମାନଙ୍କର ସମସ୍ୟା ପଚାରି ବୁଝିଥିଲେ । ଜିଲ୍ଲାପାଳଙ୍କ ସହିତ ଏପିଡି ମନ୍ଦରଧର ମହାଳିକ,ବିଡିଓ ରବିନ୍ଦ୍ରକୁମର ପ୍ରଧାନ, ତହସିଲଦାର ଭୋଳାନାଥ ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |