ବାତ୍ୟା ଛାଡ଼ିବାର ୨୪ ଘଂଟା ପରେ ଅନ୍ଧାରରେ ୪ ପଂଚାୟତ,୫୫ଟି ଗାଁର ଭରସା ଡିବିରି ଆଲୁଅ

ମହାକାଳପଡ଼ା,୨୭/୦୫ – ମହାକାଳପଡ଼ା ବ୍ଳକ ବାତ୍ୟା ୟସ୍‌ରେ ପ୍ରଭୂତ କ୍ଷୟକ୍ଷତି ହୋଇଛି । ମତ୍ସ୍ୟଜୀବୀର ବେଉସା ଉଜୁଡ଼ିଛି । ଚାଷୀକ୍ଷେତ୍ରରେ ବିହନ ପଚିଯାଇଛି । ପରିବା ବ୍ୟବସାୟୀ ମୁଣ୍ଡରେ ଚଡ଼କ ପଡ଼ିଛି । ଏହାରି ଭିତରେ ପ୍ରଶାସନ ଲୋକଙ୍କୁ ଉଦ୍ଧାର କରିବା, ବାତ୍ୟା ଆଶ୍ରୟସ୍ଥଳିରେ ରଖି ଖାଇବାକୁ ଦେବା, ଶୁଖିଲା ଖାଦ୍ୟ ସ୍ୱରୂପ ଚୁଡ଼ା, ଗୁଡ଼ ବିସ୍କୁଟ ପ୍ରଦାନ କରିଥ୍‌ôଲା । ଜଳଯୋଗାଣ ବିଭାଗ ତରଫରୁ ମଧ୍ୟ ପ୍ରତ୍ୟେକ ପଂଚାୟତକୁ ପାନୀୟଜଳ ଯୋଗାଇ ଦିଆଯାଇଥିଲା । ଗିନ୍ତୁ ଗୃହ ପାଳିତ ପଶୁମାନଙ୍କ ପାଇଁ ପ୍ରଶାସନ ଯୋଗାଇଥିବା ୫୦ ଟନ୍‌ରୁ ଉର୍ଦ୍ଧ୍ୱ ଗୋଖାଦ୍ୟକୁ ବର୍ତମାନ ସୁଦ୍ଧା ଗୋପାଳକମାନଙ୍କ ପାଖରେ ପହଂଚି ପ।।ରିଲା ନାହିଁ । ଯେଉଁଥିପାଇଁ ଗୋପାଳକ ମାନେ ଚାହିଁ ଚାହିଁ ବର୍ତମାନ ସୁଦ୍ଧା ତାଙ୍କୁ ଦିଆଯାଇପାରିନାହିଁ । ଅପରପକ୍ଷେ ୪ଟି ପଂଚାୟତରେ ବିଜୁଳି ଉପଭୋକ୍ତାମାନଙ୍କ ପାଖରେ ବିଜୁଳିସେବା ପହଂଚି ପାରିନାହିଁ । ସେପଟେ ରାଜସ୍ୱ ବିଭାଗ ତରଫରୁ ପ୍ରାଥମିକ ତଦନ୍ତ କରାଯାଇ ୩୧ ଗୋଟି ପଂଚାୟତର ୨୨୪ ଗୋଟି ଗାଁ ମଧ୍ୟରୁ ୧୮୫ଟି ଗାଁକୁ ସର୍ଭେ କରାଯାଇ ୮୪ଟି କଚ୍ଚାଘର, ୫୫ ଗୁହାଳ ଭାଙ୍ଗିଯାଇଥିବା ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଯାଇଛି । ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ କିଛି ସମୟ ଲାଗିବ ବୋଲି ତହସିଲଦାରସୌଭାଗ୍ୟ ରଞ୍ଜନ ପଣ୍ଡା କହିଛନ୍ତି । ବ୍ଳକର ୯ଟି ରାଜସ୍ୱ ସର୍କଲ ଦ୍ୱାରା ସର୍ଭେ କରାଯାଇ ଏହି ବିବରଣୀ ଦିଆଯାଇଛି । ତେବେ ଗୋରୁଦାନା ବଂଟାନଯିବା ଦ୍ୱାରା ତଳିଆ ଅଂଚଳରେ ପାଣି ବୁଡ଼ିଥିବା ଗାଁ ଗୁଡ଼ିକର ଗୋରୁମାନେ ଏବେ ସୁଦ୍ଧା ଗୋରୁ ଦାନା ଆବଶ୍ୟକ କରୁଛନ୍ତି । ବ୍ଲକର କେଆରବାଙ୍କ ଓ ନଳଦିଆ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧିନରେ ଥିବା ବିଭିନ୍ନ ଗାଁର ଗୋପାଳକମାନଙ୍କ ପାଇଁ ୫୦ ଟନ୍‌ରୁ ଉର୍ଦ୍ଧ୍ୱ ଗୋ ଦାନା ଆସିଥିଲା । ବିଭାଗୀୟ ଅଧିକାରୀଙ୍କ ଅନଭିଜ୍ଞତା ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଅକ୍ଷୟ ତୃତୀୟା ପରେ ଯେଉଁ କେତେକ ଗ୍ରାମର ଚାଷୀମାନେ ବିଲରେ ବୁଆ ପକାଇବା ଓ ତଳି ପକାଇବା କାମ ସାରିଥିଲେ । ସେମାନଙ୍କ ଧାନ ତଳି ବିହନ ସମ୍ପୂର୍ଣ୍ଣ ପଚିଯାଇଛି । ଏବେ ଚାଷୀ ଭାଡ଼ିରେ ଥିବା ଓଳିହା ଖାଲି । ଚାଷୀ କେଉଁଠୁ ବିହନ କିଣିବ ? କେମିତି ପକାଇବେ ? ଯାହାକୁ ନେଇ ଚାଷୀ ଅଡ଼ୁଆରେ ପଡ଼ିଛି । ତେଣେ ନଦୀତଟବନ୍ଧ ବିଭାଗର ଦୁର୍ବଳ ଘେରିବନ୍ଧ ଗୁଡ଼ିକ କେତେ ଜାଗାରେ ଭାଙ୍ଗିଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ବିଭାଗୀୟ ଅଧିକାରୀ ପରେ ଦେବେ ବୋଲି କହୁଛନ୍ତି । ଯାହା ପାଇଁ ଚାଷୀ ବିଲରେ ଲୁଣିପାଣି ପଶିଲା । ଚାଷୀର ବେଉସା ଉଜୁଡ଼ିଗଲା । ସୁନିତି, କଂସାର ବଡ଼ଦାଣ୍ଡୁଆ, ବତୀଘର, ପେଟଛେଲା ପ୍ରଭୃତି ପଂଚାୟତରେ ନଦୀତଟବନ୍ଧ କରିଥିବା ସ୍ଲୁଇସ୍‌ରେ ସଟର ନଲାଗିବା, କେଉଁଠି ନିଚ୍ଚା ଘେରିବନ୍ଧ ପାଇଁ ଲୁଣାପାଣି ବିଲରେ ପଶିବା, ପୁଣି କେଉଁଠି ଦୁର୍ବଳ ନଦୀବନ୍ଧ ପାଇଁ ଘେରି ଭାଙ୍ଗିବା ଦ୍ୱାରା ଚାଷୀର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି । ବିଚରା ଚାଷୀ ବାପୁଡ଼ା ଏବେ ଚିନ୍ତାରେ ପଡ଼ିଯାଇଛି । ଅପରପକ୍ଷେ ଟିପିସିଓଡିଏଲ୍ ଭଳି ଘରୋଇ ସଂସ୍ଥା ବିଦ୍ୟୁତ୍ ବିଭାଗର ସମସ୍ତ ଦାୟିତ୍ୱ ନେଇ ଚୁକ୍ତିନାମା ଅନୁସାରେ କାମ କରୁଥିବା ବେଳେ ବର୍ତମାସୁଦ୍ଧା ବ୍ଳକର ୪ଟି ପଂଚାୟତ ଅନ୍ଧାରରେ ଅଛି । ଜମ୍ବୁ, ରାମନଗର, ଖରିନାସୀ, ବତୀଘର ଅନ୍ଧାରରେ ଥିବା ବେଳେ ସୁନିତିର କିଛି ଅଂଶ, ଲାଞ୍ଜୁଡ଼ାର କିଛି ଗ୍ରାମ, ଗଗୁଆର କିଛି ଗ୍ରାମର, କଂସାର ବଡ଼ଦାଣ୍ଡୁଆର ଅଳ୍ପକେତୋଟି ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବେଳେ ବଉଳକଣି ପଂଚାୟତ, ପେଟଛେଲା ପଂଚାୟତର ଅର୍ଦ୍ଧାଧିକ ଲୋକ ଅର୍ଦ୍ଧାଧିକ ଲୋକ ଏବେ ମଧ୍ୟ ଡିବି ଆଲୁଅକୁ ଭରସା କରି ରହିଛନ୍ତି । ବିଭାଗୀୟ ଅଧିକାରୀଙ୍କ କହିବାକଥା କେଉଁଠି ଗଛପଡ଼ି ତାର ଛିଣ୍ଡି, ଖୁଂଟ ଭାଙ୍ଗିବା ଭଳି କାର୍ଯ୍ୟକୁ ଯୁଦ୍ଧକାଳୀ ଭିତିରେ କରାଯାଉଥିବା ବେଳେ କିଛି ଜାଗାରେ ଫଲ୍ଟ ରହିଛି ଯାହାକୁ ବତମାନ ସୁଦ୍ଧା ଚେଷ୍ଟା କରି ମଧ୍ୟ ଆମେ ଧରିପାରିନୁ । ଏଣେ ବାତ୍ୟାର ତାଣ୍ଡବ ଲୀଳା, ତେଣେ କିଟିକିଟି ଅନ୍ଧାର । ଏହାରି ଭିତରେ ଗ୍ରାମବାସୀମାନଙ୍କ ଜୀବନ ଅସ୍ତବ୍ୟସ୍ତ ଅବସ୍ଥାରେ ରହିଛି । ଏବେସୁଦ୍ଧା ବ୍ଳକର ୫୫ଟି ଗାଁର ଘରେ ବିଜୁଳି ବଲବ୍ ଜଳିପାରିଲା ନାହିଁ । ନଦୀତଟବନ୍ଧ ବିଭାଗର ବିଭାଗୀୟ ଅଧିକାରୀଙ୍କ ଅପାରଗତା, ଅପରିଣାମ ଦର୍ଶିତା ପାଇଁ ଏଭଳି ଅବସ୍ଥା ଉପୁଜିଛି । ଘେରି ବନ୍ଧ ଗୁଡ଼ିକୁ ସ୍ୱତନ୍ତ୍ର ଭାବେ ନଦୀତଟ ବନ୍ଧ ବିଭାଗର ଅଧିକାରୀମାନେ ଦୃଷ୍ଟି ନଦେବା ଫଳରେ ଲୁଣାପାଣି ଜନବସତିକୁ ପଶିଲା ଓ ପ୍ରଭୂତ କ୍ଷୟକ୍ଷତି କଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: