ଭୁବନେଶ୍ୱର,୨୪/୫: ଆସୁଛି ବାତ୍ୟା ୟସ୍ । ଗୋଟିଏ ପଟେ କରୋନା ମାହାମାରୀ ମଧ୍ୟରେ ନୂଆ ବିପଦ ଭାବେ ଉଭା ହୋଇଛି ବାତ୍ୟା । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏବେ ୧୦ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ସମୟରେ ପରିବର୍ତ୍ତନ କରିଛନ୍ତି ସରକାର । ସାରା ରାଜ୍ୟରେ ଲାଗିଛି ଲକଡାଉନ୍ । ସକାଳ ୭ଟାରୁ ୧୧ଟା ଯାଏଁ ଖୋଲା ରହୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । କିନ୍ତୁ ଏବେ ବାତ୍ୟା ପ୍ରଭାବିତ ସମ୍ଭାବନା ଥିବା ୧୦ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର । ଏନେଇ ଏସ୍ଆର୍ସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୋମବାର ଓ ମଙ୍ଗଳବାର ଏହା ଲାଗୁ ହେବ । ୧୦ ଜିଲ୍ଲା ହେଲା ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା । ଏହି ୧୦ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଦୋକାନୃବଜାର ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |