ବାତ୍ୟା ୟସ୍ ପାଇଁ ମହାକାଳପଡ଼ାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

ମହାକାଳପଡ଼ା,୨୩/୦୫:-ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ମହାକାଳପଡ଼ା ବ୍ଳକ ଗ୍ରସ୍ତରେ ଆସି ସମ୍ଭାବ୍ୟ ବାତ୍ୟା ୟସ୍ ପାଇଁ ବ୍ଳକ ପ୍ରଶାସନ କିକି ପଦକ୍ଷେପ ନେଇଛି ସମୀକ୍ଷା କରି ଫେରିଯାଇଛନ୍ତି । ପରେ ବ୍ଲକର ତଳିଆ ଅଂଚଳ କୁହାଯାଉଥିବା ରାମନଗର, ଖରିନାସୀ, ବଉଳକଣୀ, ବରକନ୍ଦା, ପେଟଛେଲା ପ୍ରଭୃତି ପଂଚାୟତ ଗ୍ରସ୍ତ କରି ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକର ଅବସ୍ଥା ସମ୍ପର୍କରେ ସ୍ଥିତି ପରଖିଥିଲେ । ତେବେ କିଭଳି ଲୋକମାନେ ଆଶ୍ରୟସ୍ଥଳୀରେ ସୁରୁଖୁରୁରେ ରହିପାରିବେ । ପାନୀୟଜଳ, ପରିମଳ, ଆଲୋକ ଇତ୍ୟାଦି ସମ୍ପର୍କରେ ସ୍ଥିତି ସମୀକ୍ଷା କରି ଫେରିଛନ୍ତି । ତେବେ ବ୍ଳକ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ ସ୍ୱରୂପ ଚୁଡ଼ା ୪୫୦ କ୍ୟୁଂଟାଲ, ଗୁଡ଼ ୪୫ କ୍ୟୁଂଟାଲ, ବିସ୍କୁଟ ୩୦୦ କାର୍ଟୁନ ଇତ୍ୟାଦି ଜିଲ୍ଲା ପ୍ରଶାସନ ପାଖରୁ ଆଣିବା ପାଇଁ ବ୍ଲକ ପ୍ରଶାସନ ଲିଖିତ ଆକାରରେ ଜଣାଇଛି । ଆଗୁଆ ପଦକ୍ଷେପ ସ୍ୱରୂପ କିଛି ଜିନିଷ ମଧ୍ୟ ପହଂଚି ସାରିଲାଣି । ଅପରପକ୍ଷେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ୩୫ଟି ଆଶ୍ରୟସ୍ଥଳୀ, ୨୧୮ ଆଶା ସେଂଟର, ୪୫ଟି ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ପାଷ୍ଟଏଡ଼୍ ମେଡ଼ିସିନ୍ ମଧ୍ୟ ପଠା ସରିଛି । ତେବେ ଆଜିର ଏହି ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା, ବିଡ଼ିଓ ଦେବାଶିଷ ରାଉତ, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଭଞ୍ଜନ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ପରମାନନ୍ଦ ନାୟକ ପ୍ରମୁଖ ସାମିଲ ଥିଲେ । ଏହା ପୂର୍ବରୁ ବ୍ଲକ ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ସ୍ୱରୂପ ପଂଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ୍‌, ବିଭିନ୍ନ ଲାଇନ୍ ଡିପାର୍ଟମେଂଟର ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: