ବାତ୍ୟା ୟାସ ପରବର୍ତ୍ତୀ ପଦକ୍ଷପ ଗ୍ରହଣ ପାଇଁ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା,୧୨ା୬ : ବାତ୍ୟାବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ପ୍ରବଣ କେନ୍ଦ୍ରାପଡା ଜିଲ୍ଲା ଗତ କିଛି ବର୍ଷ ମଧ୍ୟରେ ଫାଇଲିନ,ହୁଡହୁଡ,ତିତଲି,ଫନି ଓ ଅମ୍ଫାନ ଭଳି ବାତ୍ୟା ତଥା ସାମୁଦ୍ରିକ ଝଡର ସାମ୍ନା କରି ସାରିଥିବା ବେଳେ ସାମ୍ପ୍ରତିକ କରୋନା ମହାମାରୀ ସମୟରେ ଗତ ମଇ ୨୭ ତାରିଖରେ ହୋଇଥିବା ବାତ୍ୟା ୟସ ଜିଲ୍ଲ୍‌ାର ଅଧିକାଂଶ ସ୍ଥାନରେ ଲୋକମାନଙ୍କ ଜୀବନ ଓ ଜୀବିକା ଉପରେ ବ୍ୟାପକ ପ୍ରଭାବ ପକାଉଛି । ବାତ୍ୟା ୟସର ମୁକାବିଲା ପାଇଁ ବାତ୍ୟା ପୁର୍ବରୁ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସରକାରଙ୍କ ପାଣିପାଗ ବିଭାଗର ପୁର୍ବାନୁମାନ ଅନୁସାରେ ଏହି ଜିଲ୍ଲାରେ ଅତ୍ୟଧିକ ପ୍ରବାବ ପଡିନଥିଲେ ମଧ୍ୟ ସରକାରୀ ସ୍ଥରରେ କ୍ଷତିର ପରିମାଣ ପ୍ରାୟ ୭୦ କୋଟି ଟଙ୍କା ହୋଇଥିବା ଆକଳନ କରାଯାଇଛି । ରାଜନଗର ଓ ରାଜକନିକା ବ୍ଲକରେ ବ୍ୟାପକ କ୍ଷତି ସ୍ୱରୁପ ସରକାରୀ ସମ୍ପତ୍ତି ଯଥା ବିଦ୍ୟାଳୟ,ସ୍ୱାସ୍ଥ୍ୟ କେନ୍ଦ୍ର,ଅଙ୍ଗନୱାଡି ଗୃହ,ପଞ୍ଚାୟତ ଗୃହ,ସରକାରୀ କୋଠା,ସରକାରୀ କ୍ୱାଟର,୨୯୮ ଟି ରାସ୍ତା,୬୨୨ ପ୍ରାଥମିକ ବିଦ୍ୟାଳୟ ପ୍ରଭୁତିରେ ପ୍ରାୟ ୬୯ କୋଟିରୁ ଅଧିକ ଆକଳନ ହୋଇଥିବା ବେଳେ ମାତ୍ର ୫୩ ଟି କଚ୍ଚା ଘର ସମ୍ପୁର୍ଣ୍ଣ,୪୮୮ଟି ଗୃହ ଆଂଶିକ ଓ ୨୫୭ ଟି ଗୁହାଳ କ୍ଷତିଗ୍ରସ୍ଥ ବାବଦକୁ ୧ କୋଟି ରୁ ଅଧିକ କ୍ଷତି ହୋଇଥିବାରୁ ଆକଳନ ସରକାରଙ୍କ ନିରପେକ୍ଷ ତଦନ୍ତ ଉପରେ ଆଙ୍ଗୁଳି ନର୍ଦ୍ଦେଶ କରୁଛି । ସେହିପରି ଜିଲ୍ଲାର ଅଧିକାଂଶ ଧାନ ଫସଲ,ମାଛ ଚାଷ,ପନିପରିବା,ପାନବରଜ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଥିବାର ଦେଖାଯାଇଛି । ଇତି ମଧ୍ୟରେ ବତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ କେନ୍ଦ୍ରିୟ ଟିମ ଜିଲ୍ଲା ପରିଦର୍ଶନ କରିସାରିଥିବା ବେଳେ ପ୍ରଶାସନ ପକ୍ଷରୁ ୧ ଶହ କୋଟି ଟଙ୍କା କ୍ଷତିପୁରଣ ବାବଦକୁ ଦାବି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟାର ତୁରନ୍ତ ବାଦ ଓଡିଶାକୁ ପାଞ୍ଚଶହ କୋଟି ଟଙ୍କା ବାତ୍ୟା ଅନୁଦାନ ଘୋଷଣା କରିଛନ୍ତି । ତେଣୁ ବାତ୍ୟା ପରବର୍ତ୍ତୀ ପଦକ୍ଷପ ଓ ଅନୁଦାନରେ ସଠିକ ବିନିଯୋଗ ନିମନ୍ତେ ନିରପେକ୍ଷ ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବା ପାଇଁ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବି ଗୁଡିକ ହେଉଛି ଜିଲ୍ଲାର ଗରିବ ଲୋକମାନଙ୍କୁ ହଜାର ହଜାର ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଇଥିବା ବେଳେ ପ୍ରତି ବର୍ଷ ଲକ୍ଷାଧିକ ଲୋକ ବାତ୍ୟା ସମୟରେ ବାତ୍ୟା ଆଶ୍ରୟ ସ୍ଥଳରେ ଆଶ୍ରୟ ନେଉଛନ୍ତି କାହିଁକି? ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାନଯାଇ ନିରପେକ୍ଷ ତଦନ୍ତ ପୁର୍ବକ ପ୍ରକୃତ କ୍ଷତିଗ୍ରସ୍ଥଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପ୍ରଦାନ କରାଯିବା,ଜିଲ୍ଲାର ସମସ୍ତ କ୍ଷତିଗ୍ରସ୍ତ ଧାନ,ପନିପରିବା,ମାଛ ଓ ପାନବରଜ ଚାଷି ମାନଙ୍କର କ୍ଷୟ କ୍ଷତି ଆକଳନ କରାଯାଇ ତୁରନ୍ତ ସେମାନଙ୍କୁ କ୍ଷତି ପୁରଣ ପ୍ରଦାନ କରାଯିବା,ଜିଲ୍ଲାର ରକ୍ଷା କବଚ ହେନ୍ତାଳ ବନ ବାତ୍ୟା ଦ୍ୱାରା ବ୍ୟାପକ ଭାବେ କ୍ଷତିଗ୍ରସ୍ଥ ହୋଇଥିବାରୁ ବେଲାଭୂମୀରେ କାମ୍ଫା ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇ ବ୍ୟାପକ ଲୁଣା ଜଙ୍ଗଲ ସୃଷ୍ଟି କରାଯିବା,ଜିଲ୍ଲାର ୫୦୮ କି.ମି ବ୍ୟାପ୍ତ ଲୁଣା ଘେରୀ ବନ୍ଧ ମଧ୍ୟରୁ ମାତ୍ର ୧୮ କି.ମିକୁ ଏନ.ସି.ଆର.ଏମ.ପି ମାନର କରାଯାଇଥିବା ବେଳେ ଅବଶିଷ୍ଟ ଅଞ୍ଚଳରେ ଘେରୀ ବନ୍ଧ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରାଯିବା,ବାତ୍ୟା ପ୍ରଭାବରେ ଭିତର କନିକା ଅଭୟାରଣ୍ୟରେ ବ୍ୟାପକ କ୍ଷତି ହୋଇଥିବାରୁ ତାହର ପୁର୍ନଗଠନ ନିମନ୍ତେ ଅର୍ଥ ମଞ୍ଜୁର କରାଯିବା,ଜିଲ୍ଲାର ବାତ୍ୟା ଆଶ୍ରୟ ସ୍ତଳ ଗୁଡିକରେ ସମସ୍ତ ସୁବିଧା ସୁଯୋଗ ଯଥା ପାନୀୟ ଜଳ,ଜେନେରେଟର,ଆଧୁନିକ ସ୍ୱାସ୍ଥ୍ୟ ସେବା ଓ ଗୃହ ପାଳିତ ପଶୁ ମାନଙ୍କ ପାଇଁ ବ୍ୟବସ୍ଥା ଉପଲବ୍ଧ କରାଯିବା,ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର,ବିଦ୍ୟାଳୟ,ରାସ୍ତା,ନଦୀବନ୍ଧ,ଘାଇ,ଅଙ୍ଗନୱାଡି ଗୃହ ଓ ବିଦ୍ୟୁତ ସଂଯୋଗୀ କରଣର ଭିତ୍ତି ଭୁମୀକୁ ଅଧିକ ସୁଦୃଢ କରାଯିବା ପାଇଁ ବିଜେପି ଦାବି କରିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ,ସଲିମ ଖାନ, ମହିଳା ସଭାନେତ୍ରୀ ପ୍ରିୟଦର୍ଶନୀ ନନ୍ଦ, ବାଦଲ ନନ୍ଦ,ଉପିନ କୁମାର ରାଉତ,ମେହେର କୁମାର ସାହୁ,ଅଭିମନ୍ୟୁ ଗୋଚ୍ଛାୟତ,ଶଶାଙ୍କ ଶେଖର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: