କେନ୍ଦ୍ରାପଡ଼ା, ୨୫/୧୦ : କେନ୍ଦ୍ରାପଡା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମରଡପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମର ହଳଧର ମଳିକଙ୍କ ପୁଅ ଡୋରା ମଳିକ(୩୮ ବର୍ଷ) ମଙ୍ଗଳବାର ଭୋର ୪ଟାରେ ଗାଁ ମଶାଣୀ ନିକଟସ୍ଥ ଏକ ନିମ୍ଵ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। କିଛି ଦିନ ତଳେ ମରଡପୁର ଗ୍ରାମର ହଳଧର ମଳିକଙ୍କ ମୃତ୍ୟୁ ହୋଇଥିଲା। ବାପାଙ୍କ କଥା ଭାବି ଭାବି ପୁଅ ଡୋରା ମଳିକଙ୍କ ମସ୍ତିଷ୍କ ବିକୃତି ଦେଖାଦେଇଥିଲା। ସେ ଚିନ୍ତାଗ୍ରସ୍ତ ରହୁଥିଲେ। ଏପରିକି ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ। ମଙ୍ଗଳବାର ଭୋର ୪ଟାରେ ଡୋରା ଗାଁ ମଶାଣୀ ନିକଟସ୍ଥ ଏକ ନିମ୍ଵ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଡୋରାଙ୍କ ପତ୍ନୀ ସଂଯୁକ୍ତା ସଦର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଡୋରା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |