ବାପା-ମାଙ୍କ ଆଗରେ ଦୁଇଭାଇଙ୍କୁ ଦଳିଦେଲା ଦନ୍ତା

ଝାରସୁଗୁଡା,୦୪/୧୧:  ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଭଉଁରା ଗ୍ରାମର ନିକଟରେ ହାତୀ ଆକ୍ରମଣରେରେ ଦୁଇ ନାବାଳକ ମୃତ। ସ୍ବାମୀ-ସ୍ତ୍ରୀ ଗୁରୁତର। ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଭଉଁରା ଗ୍ରାମ ନିକଟରେ ଥିବା ଏକ ଇଟାଭାଟିରେ ହାତୀ ଆକ୍ରମଣରେରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ଦୁଇ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପିତାମାତା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତ ଦୁଇ ଶିଶୁ ଦୁଇ ଭାଇ ହୋଇଥିବା ବେଳେ ସେମାନଙ୍କ ନାମ ଧନଞ୍ଜୟ ସତନମୀ(୯) ଏବଂ ଅଭୟ ସତନମୀ(୧୧) ବୋଲି ଜଣାଯାଇଛି। ମୃତ ଶିଶୁଙ୍କ ମାତା ଲେହେରାବାଈ ସତନମୀ ଏବଂ ପିତା ଉମେଶ ରାମ ସତନମୀଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇଟାଭାଟିରେ ପଲିଥିନ ତଳେ ଶୋଇଥିବା ବେଳେ ହାତୀ ଏମାନଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଆଖି ଆଗରେ ନିଜ ନାବାଳକ ପୁଅ ଙ୍କୁ ଦଳିଦେଲା ହାତୀ।  ବଞ୍ଚାଇବାକୁ ଯାଇ ଲେହେରାବାଈ ଙ୍କ ହାତ ଭାଙ୍ଗିଥିବା ବେଳେ ଉମେଶ ରାମ ସାମାନ୍ୟ ଆହତ ହୋଇଛନ୍ତି। ଉଭୟ ଙ୍କୁ ବନବିଭାଗ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେମାନେ ଛତିଶଗଡ଼ ରାଜ୍ୟର ଶକ୍ତି ଜିଲ୍ଲା ଅଞ୍ଚଳ ର ବୋଲି ସୂଚନା ମିଳିଛି। ପିତା ମାତାଙ୍କ ଆଗରେ ଦୁଇ ନାବାଳକ ପୁଅଙ୍କୁ ହାତୀ ଦଳିଦେଇ ଥିବା ଘଟଣା ଏହି ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି।   ସେମାନେ ଇଟା ଭାଟି ରେ କାମ କରିବାକୁ ଦୁଇଦିନ ତଳେ ଆସିଥିଲେ  । ବାଗଡିହି ଅଞ୍ଚଳରେ ବର୍ତ୍ତମାନ ୭ ଟି ହାତୀ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: