ଭୁବନେଶ୍ୱର,୨୩/୦୯: ବାବୁସାନ୍ ଅସୁସ୍ଥ, ହସ୍ପିଟାଲ୍ରେ ଭର୍ତ୍ତି । ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି। ଅକ୍ସିଜେନ କମିଯିବାରୁ ଅସୁସ୍ଥ ହୋଇ ପଡିଥିଲେ ବାବୁସାନ୍।ବାବୁସାନ୍ ଙ୍କ ଚିକିତ୍ସା 6 ଦିନ ହେବ ଚାଲିଛି ।ଏବେ ଅବସ୍ଥାରେ ସୁଧାର ଆସୁଛି। ଘରୋଇ ଡାକ୍ତରଖାନାରେ 6 ଜଣିଆ ଡାକ୍ତରୀ ଦଳ ବାବୁସାନ୍ ଙ୍କ ଚିକିତ୍ସା କରୁଛନ୍ତି।ସୂଚନାମୁତାବକ, ଫିଲ୍ମ ‘ଦମନ୍’ର ପ୍ରମୋସନ୍ ପାଇଁ ଯାଇଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଶରୀରରେ ଅକ୍ସିଜେନ୍ ସ୍ତର କମି ଯିବା ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ହସ୍ପିଟାଲ୍ରେ ବାବୁସାନ୍ଙ୍କ ପାଖରେ ସ୍ତ୍ରୀ ତୃପ୍ତି ଥିବା ଜଣାପଡ଼ିଛି। ସେପଟେ ବର୍ତ୍ତମାନ ବାବୁସାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |