ବାରବାଟିରେ ହେବାକୁ ଥିବା ମ୍ୟାଚ୍ କୋଲକାତାକୁ ସ୍ତାନାନ୍ତର

କଟକ ,୨୩।୦୧:ବାରବାଟିରେ ହେବାକୁ ଥିବା ମ୍ୟାଚ୍ କୋଲକାତାକୁ ସ୍ତାନାନ୍ତର| ବାରବାଟିରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତର ମ୍ୟାଚ୍ ସ୍ଥାନାନ୍ତରିତ ହୋଇଛି । ଆଗାମୀ ସିରିଜ୍ ପାଇଁ ସ୍ଥାନଗୁଡିକର ସଂଶୋଧିତ ତାଲିକା ଶନିବାର ଦିନ ବୋର୍ଡ ଅଫ୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଘୋଷଣା କରିଛି।  ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, କଟକ ବାରବାଟି ଫେବୃଆରୀ ୧୫ ରେ ଇଣ୍ଡିଜ୍ ବିପକ୍ଷରେ ଟି -୨୦ ମ୍ୟାଚ୍ ଆୟୋଜନ କରିବାର ଯୋଜନା ଥିଲା କିନ୍ତୁ ସ୍ଥାନଟି ବର୍ତ୍ତମାନ କୋଲକାତାକୁ ସ୍ଥାନାନ୍ତରିତ ହୋଇଛି। ସେହିପରି ୱେଷ୍ଟଇଣ୍ଡିଜ୍ ସହିତ ଭାରତ ତିନୋଟି ଦିନିକିଆ ଯାହା ବର୍ତ୍ତମାନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ସେହିଭଳି କୋଲକାତାର ଇଡେନ୍ ଗାର୍ଡେନ୍ସରେ ତିନୋଟି ଟି-ଟ୍ୱେଣ୍ଟି ଅନୁଷ୍ଠିତ ହେବ ବୋଲି  ନିଷ୍ପତ୍ତି ନିଆଯାଇଛି । ଦେଶରେ କରୋନା ମହାମରୀର ତୃତୀୟ ଲହର ତିବ୍ରତା ମଧ୍ୟରେ ଦଳର ଯାତ୍ରା ଏବଂ ଗତିବିଧିକୁ ହ୍ରାସ କରି ଜୈବ ନିରାପତ୍ତା ବିପଦକୁ ହ୍ରାସ କରିବା ପାଇଁ ସିରିଜ୍‌କୁ ଦୁଇଟି ସ୍ଥାନରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: