କଟକ ,୧୨/ ୦୬: ବାରବାଟୀ ଲଢେଇରେ ୨୦ ଓଭର ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ମାତ୍ର ୧୪୮ ରନ କରିବାରେ ସକ୍ଷମ ହୋଇ ପାରିଛି । । ପନ୍ତ, ପାଣ୍ଡ୍ୟା ଏବଂ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ଅପେ୪ା କରିଥିବା ଦର୍ଶକ ନିରାଶ ହୋଇଛନ୍ତି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଛି । ଭାରତ ପକ୍ଷରୁ ଓପନର ଋତୁରାଜ ଗାୟକଓ୍ବାଡ ଫେଲ ମାରିଛନ୍ତି । ମାତ୍ର ୧ ରନ କରି ପ୍ୟାଭିଲିୟନ ଫେରିଛନ୍ତି ଋତୁରାଜ । ଅନ୍ୟପଟେ ଇଶାନ କିଷାନ ୨୧ ବଲରୁ ୩୪ରନର ଦର୍ଶନୀୟ ଇନିଂସ ଖେଳିଛନ୍ତି । ଶ୍ରେୟସ ଆୟର ୩୫ ବଲ ଖେଳି ଉପଯୋଗୀ ୪୦ ରନର ଇନିଂସ ଖଳିଛନ୍ତି । ପରେ ଅଧିନାୟକ ଋଷଭ ପନ୍ତ କିନ୍ତୁ ନିରାଶ କରିଛନ୍ତି । ସେ ମାତ୍ର ୫ ରନ କରି ଆଉଟ ହୋଇଥିବା ବେଳେ ହାର୍ଦ୍ଧିକ ପାଣ୍ଡ୍ୟା ୯ରନ, ଅକ୍ଷର ପଟେଲ ୧୦ରନ କରି ଆଉଟ ହୋଇଛନ୍ତି । ଅନ୍ୟପଟେ ବେଷ୍ଟ ଫିନିସର୍ କୁହାଯାଉଥିବା ଦିନେଶ କାର୍ତ୍ତିକ ମଧ୍ୟ ଫେଲ ମାରିଛନ୍ତି । କାର୍ତ୍ତିକ ୨୧ ବଲରୁ ୩୦ ରନ କରି ଅପରାଜିତ ଥିବାବେଳେ ହର୍ଷଲ ପଟେଲ ୧୨ରନକରି ଅପରାଜିତ ଅଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ଚମତ୍କାର ବୋଲିଂକରି ୪ ଓଭରରେ ମାତ୍ର ୧୫ରନ ଦେଇ ଗୋଟିଏ ଓ୍ବିକେଟ୍ ନେଇଥିବା ବେଳେ ଓ୍ବେନ୍ ପାର୍ନେଲ ୪ ଓଭରରେ ୨୩ରନ ଦେଇ ଗୋଟିଏ ଓ୍ବିକେଟ୍, ଏନରିଚ୍ ନୋର୍କିୟା ୪ ଓଭରରେ ୩୬ରନ ଦେଇ ୨ ଓ୍ବିକେଟ୍, ଡ୍ବେନ୍ ପ୍ରିଟୋରିୟସ୍ ୪ ଓଭରରେ ୪୦ରନ ଦେଇ ୧ ଓ୍ବିକେଟ, ତବରିଜ୍ ସାମସୀ ୨ ଓଭରରେ ୨୧ରନ ଏବଂ କେଶବ ମହାରାଜ ୨ ଓଭରରେ ୧୨ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |