କଟକ,୯/୬: ବାରବାଟୀ ଷ୍ଟାଡିୟମ ଟିକେଟ୍ କାଉଣ୍ଟରେ ପ୍ରବଳ ଗହଳି ସାଙ୍ଗକୁ ଧସ୍ତାଧସ୍ତି ହୋଇଛି । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କାଉଣ୍ଟରରେ ଠେଲାପେଲା ହୋଇଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ମହିଳାଙ୍କ ଉପରେ ଲାଠି ଚାର୍ଜ କରିଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଭିଡ଼ ରହିଥିବାରୁ ଭିଡ ନିୟନ୍ତ୍ରଣ ପାଇଁ ପୁଲିସ ବ୍ୟପକ ପଦକ୍ଷେପ ନେଉଛି । ଅନ୍ୟପଟେ ଆଜିଠୁ ବାରବାଟୀ ଟି-୨୦ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ହେଉଛି । ଏଥି ପାଇଁ ମୋଟ୍ ୯ଟି କାଉଣ୍ଟରରେ ସକାଳ ୯ଟାରୁ ଟିକେଟ୍ ବିକ୍ରି କରିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ଗତକାଲିଠୁ ଟିକେଟ୍ କିଣିବା ପାଇଁ ଟିକେଟ୍ କାଉଣ୍ଟର ଆଗରେ ଦର୍ଶକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଗତକାଲି ରାତିରୁ ବାରବାଟୀରେ ଦର୍ଶକ ମାନେ ଲମ୍ବା ଧାଡ଼ି ଲାଗଇଥିବା ବେଳେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ଟିକେଟ୍ କିଣିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ହେଲେ ଆଜି ଧସ୍ତାଧସ୍ତି ହେବା ସହ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଟିକେଟ୍ କାଉଣ୍ଟରରେ ମହିଳାଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର କାଉଣ୍ଟର କରାଯାଇଥିଲେ ମଧ୍ୟ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ମୋଟ୍ ୧୨ହଜାର ୯୩ଟି ଟିକେଟ୍ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |