ବାର୍ଥ ଡେ ପାର୍ଟିକୁ ଡାକି ନେଇ ଓୟୋ ରୁମ୍‌ରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ବର,୨୬।୩: ହୋଟେଲ୍‌ରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ।  ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଯୁବକଙ୍କ ନା ଦୁର୍ଗା ପ୍ରସନ୍ନ ମିଶ୍ର, ଘର ନିଆଳି ବୋଲି ସୂଚନା ମିଳିଛି। ଗତକାଲି ଯୁବକ ଜଣକ ଜନ୍ମଦିନ ପାଳନ ପାଇଁ ଅନ୍ୟ ତିନିଜଣ ସାଙ୍ଗ, ଯୁବକଙ୍କ ବାନ୍ଧବୀ ଓ ଅନ୍ୟ ୨ ବନ୍ଧୁ (୨ ଜଣ ଯୁବକ, ୨ ଜଣ ଯୁବତୀ) ମିଶି ଖାନ ବସେରା OYO ଯାଇଥିଲେ। ସେଠାରେ ଜନ୍ମ ଦିନ ପାଳନ କରିବା ପରେ ଦୁଇ ଜଣ ଲେଖାଏଁ ଦୁଇଟି ରୁମରେ ରହିଥିଲେ |ଆଜି ସକାଳୁ ଦୁର୍ଗା ପ୍ରସନ୍ନ ମିଶ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଦୁର୍ଗାପ୍ରସାଦ ପ୍ରେମିକାଙ୍କ ଓଢ଼ଣୀରେ ଜୀବନ ହାରିଥିବା କୁହାଯାଉଛି। ତେବେ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡିନି। ଖବର ପାଇଁ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ଏନେଇ ସାଙ୍ଗମାନଙ୍କୁ ପଚରା ଉଚରା କରୁଛି ପୋଲିସ। ମୃତ ଯୁବକଙ୍କ ମୋବାଇଲ୍‌କୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ପୁଅର ମୃତ୍ୟୁ ପରେ ପରିବାର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ବାର୍ଥ ଡେ ପାର୍ଟିକୁ ଡାକି ପୁଅକୁ ହତ୍ୟା କରିଥିବା ସେମାନେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!