କେନ୍ଦ୍ରାପଡ଼ା ୨୮/୧୧:କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣକ ମୃତ୍ୟୁ ହୋଇଛି। ମୃତକ ହେଲେ ୨୮ ବର୍ଷୀୟ ପିଣ୍ଟୁ ଖାନ। ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇ ସେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି ପାଇଛି। ପୂର୍ବରୁ ଜଣେ ବାଣୁଆଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ଉଦୟ ଭୋଇ। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ। ସୂଚନାଥାଉ କି, ଗତ ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିଲା। ଡିଜେର ତାଳେ ତାଳେ ଲୋକେ ନାଚୁଥିଲେ। ବାଣ ବି ଫୁଟୁଥିଲା। ଶତାଧିକ ଲୋକ ଭସାଣି ଦେଖୁଥିଲେ। ଠିକ୍ ଏହି ସମୟରେ ଗୋଟିଏ ବାଣ ଆକାଶକୁ ଯାଇ ଫୁଟିବା ବଦଳରେ ବାଣୁଆ ରଖିଥିବା ବାଣ ବସ୍ତା ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଭୟଙ୍କର ବିସ୍ପୋରଣ ହୋଇଥିଲା। ଏଥିରେ ୪୦ ଜଣ ଆହତ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ICUରେ ଅଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |