ବାଲେଶ୍ବରରୁ ଦେଢ଼ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ

ବାଲେଶ୍ବର, ୧୦/୦୩ : ବାଲେଶ୍ବରରେ ଅବାଧ ନିଶା କାରବାର। ଗତକାଲି ସନ୍ଧ୍ୟାରେ ଜଳେଶ୍ଵର ଥାନା ଅଞ୍ଚଳରୁ ଦେଢ କେଜିରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ଵର ଏସଟିଏଫ୍। ଭୁବନେଶ୍ବରରୁ ଏସ୍‌ଟିଏଫ୍‌ ଟିମ୍‌   ଜଳେଶ୍ବରରେ ଆସି ଡେରା ପକାଇଥିଲେ। ଏ ଅଞ୍ଚଳରେ ବ୍ରାଉନ୍‌ସୁଗାର୍‌ କାରବାରର ପେଣ୍ଠସ୍ଥଳ ସାଜିଥିବା ଜଳେଶ୍ବର ଗ୍ରାମାଞ୍ଚଳର ରାଜପୁର ଏବଂ କୌରଅଞ୍ଚଳର ଝାଡ଼େଶ୍ବରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୋର୍‌ଦାର ଚଢ଼ଉ କରିଥିଲେ। ତେବେ ମିଶନ୍‌ ସଫଳ ନହେବାରୁ ଟିମ୍‌ ବାଲ୍ବେଶ୍ବର ଫେରି ଆସିଥିଲେ। ଝାଡ଼େଶ୍ବରପୁର ଗ୍ୟାରେଜବଜାରରେ ଥିବା ସେଖ୍‌ ମଙ୍ଗଲୁ ଘରେ ଅଚାନକ ଚଢ଼ଉ କରିଥିଲେ। ମଙ୍ଗଲୁ ଘରୁ ୧ କେଜି ୫୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ତାଙ୍କ ପୁଅ ମୁନାକୁ ଧରି ଏସ୍‌ଟିଏଫ୍‌ ଟିମ୍‌ ଭୁବନେଶ୍ବର ନେଇ ଯାଇଥିଲେ। ଚଢ଼ଉ ଟିମ୍‌ରେ ଏସ୍‌ଟିଏଫ୍‌ର ୧୨ ଜଣିଆ ଟିମ୍‌ ସାମିଲ୍‌ ଥିବା ବେଳେ ମାଜିଷ୍ଟ୍ରେଟ୍‌ ଇନ୍‌ଚାର୍ଜ ତଥା ଜଳେଶ୍ବର ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ୍‌, ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଏବଂ ଜଳେଶ୍ବର ଥାନାର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଦେଢ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ। ଧଳା ଜହରର ହବ୍ ପାଲଟିଛି ଜଳେଶ୍ଵର। ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ବାଙ୍ଗଲାଦେଶରୁ ଅବାଧରେ ଜଳେଶ୍ଵର ଅଞ୍ଚଳକୁ ପ୍ରବେଶ କରୁଛି ବ୍ରାଉନସୁଗାର। କେତେବେଳେ ମାଛ ବୋଝେଇ ଗାଡି ତ କେତେବେଳେ କଦଳୀ ଗାଡି ଓ କଖାରୁ ଗାଡିରେ ଭର୍ତ୍ତି ହୋଇ ଆସୁଛି ଧଳା ଜହର। ଆଉ ଜଳେଶ୍ଵରରୁ ସାରା ଓଡିଶାକୁ ମାଡିଛି ଚେର। ତେବେ ଏନେଇ ସୂଚନା ମିଳିବା ପରେ ଭୁବନେଶ୍ଵର ଏସଟିଏଫର ୪ ଜଣିଆ ଟିମ୍ ୨ ଦିନ ଧରି ଜଳେଶ୍ଵରରେ ଡେରା ପକାଇଥିଲା। ଗତକାଲି ସନ୍ଧ୍ୟାରେ ଜଳେଶ୍ଵର ଥାନା ଅଞ୍ଚଳରୁ ଦେଢ କେଜିରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍। ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଦେଢ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଘଟଣାରେ ଜଣକୁ ଗିରଫ କରିଛି ଏସଟିଏଫ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: