ବାଲେଶ୍ବରରେ ୧୦୦ରୁ ଅଧିକ ଡ୍ରାଇଭର ଗିରଫ

ବାଲେଶ୍ୱର,୧୬ା୩: ଡ୍ରାଇଭରମାନଙ୍କ ଆନ୍ଦୋଳନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୁଲିସ | ଆନ୍ଦୋଳନ ନାଁରେ ରାସ୍ତା ଜାମ କରିଥିବା ଡ୍ରାଇଭରଙ୍କ ବିରୋଧରେ ଏବେ ବାଲେଶ୍ୱର ପୁଲିସ ଆକ୍ସନ ନେଇଛି। ବାଲେଶ୍ୱରର ଏନ୍‌ଏଚ୍‌-୧୬ର ନହରପାଟଣାଠାରେ ଡ୍ରାଇଭର ସଂଘର ଶହେରୁ ଅଧିକ ସଦସ୍ୟଙ୍କୁ ପୁଲିସ ଭ୍ୟାନ୍‌ରେ ଉଠାଇ ନିଆଯାଇଥିବାବେଳେ ସେଠାରେ କ୍ୟାମ୍ପକୁ ମଧ୍ୟ ଭାଙ୍ଗିଦିଆଯାଇଛି | ସୋରରେ ମଧ୍ୟ ଡ୍ରାଇଭର ସଂଘ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଆସିଛି ପୁଲିସ। ୫୦ ଜଣ ଡ୍ରାଇଭରଙ୍କୁ ସୋରରୁ ଗିରଫ କରାଯାଇଥିବା ସୂଚନା ମିଳିଛି।ଆଜି ପୁଲିସ ପକ୍ଷରୁ ବାଲେଶ୍ବରରେ ୧୦୦ରୁ ଅଧିକ ଆନ୍ଦୋଳନରତ ଡ୍ରାଇଭରଙ୍କୁ ଗିରଫ କରିଛି। ବିଭିନ୍ନ ଛକରେ ରାସ୍ତାରୋକ କରିଥିବା ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ସେଥିମଧ୍ୟରୁ କେବଳ ସୋର ବରଫ କଳ ଛକରୁ ୪୦ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!