ବାଲେଶ୍ବର ଓ ମୟୂରଭଞ୍ଜର ବନ୍ୟା , ବାଲେଶ୍ବର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କ୍ଷମତା

ବାଲେଶ୍ବର ,୨୧।୦୮: ବାଲେଶ୍ବର ଓ ମୟୂରଭଞ୍ଜ ପାଇଁ ବନ୍ୟା ଆଶଙ୍କା ବଢୁଥିବା ବେଳେ ବାଲେଶ୍ବର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର କ୍ଷମତା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଟ୍ବିଟ କରି ଦେଇଛନ୍ତି।   ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଛି । ଏହା ସହ ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୁବର୍ଣ୍ଣରେଖା ଅବବାହିକାରେ ଆସୁଛି ବଡ଼ ବନ୍ୟା । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବନ୍ୟାରେ ବାଲେଶ୍ୱର ଜିଲ୍ଲାର ଲୋକେ ଅଧିକ ପ୍ରଭାବିତ ହେବେ । ବାଲେଶ୍ୱରର ୪ଟି ବ୍ଲକରେ ଅଧିକ ପ୍ରଭାବ ପଡ଼ିବ । ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ଲୋକେ ଅଧିକ ପ୍ରଭାବିତ ହେବେ । ଆଜି ଅପରାହ୍ନରୁ ବନ୍ୟାର ପ୍ରକୋପ ଆରମ୍ଭ ହେବ । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ବାଲେଶ୍ୱରରେ ପିକ୍ ଫ୍ଲଡ ରହିବ । ଗାଲୁଡିହ ବ୍ୟାରେଜର ଖୋଲା ରହିଛି ୧୬ଟି ଗେଟ୍ । ଏବେ ୧୬ଟି ଗେଟ୍ ଦେଇ ୬ ଲକ୍ଷ କ୍ୟୁସେକ୍ ପାଣି ଭିତରକୁ ଆସୁଛି । ଜାମଶୋଳାଘାଟରେ ବିପଦ ସାଙ୍କେତଠାରୁ ୪ ମିଟର ଉପରେ  ବନ୍ୟାଜଳ ପ୍ରବାହିତ ହେଉଛି ବୋଲି ଏସଆରସି କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!