ବାଲେଶ୍ଵର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ଵର,୩୧/୫ : ବାଲେଶ୍ଵର ଜିଲ୍ଲା ବାତ୍ୟା ପ୍ରଭାବିତ ଅଂଚଳକୁ ଗସ୍ତ କରିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହିତ   ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଗସ୍ତ କରିଛନ୍ତି ।  ବାତ୍ୟା ୟସ ପ୍ରଭାବ ରେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳର ନକ୍ସା ବଦଳି ଯାଇଛି। ବାତ୍ୟା ଛାଡିବାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏବେ ବହୁ ପରିବାର ଦୁର୍ଦିନରେ ଅଛନ୍ତି। ଶ୍ରୀକୋଣା ଓ ସାର୍ଥା ପଂଚାୟତ ରେ ବହୁ ଅଂଚଳ ଲୁଣି ପାଣି ମାଡ଼ି ଯାଇଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗିଛି। ଶ୍ରୀକୋଣା ପଞ୍ଚାୟତ ର ଚାରିଗୋଛିଆ ଅଂଚଳରେ ବୁଢ଼ାବଳଙ୍ଗ ନଦୀବନ୍ଧ ଭାଙ୍ଗିବାରୁ ବହୁ ଅଂଚଳ ଲୁଣି ପାଣି ମାଡ଼ିଯିବାରୁ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ ହୋଇଛି।ଆଜି କେନ୍ଦ୍ରମନ୍ତ୍ରୀ ୧୧ ଟାରେ ବାଲେଶ୍ଵର ଆଇଟିଆର ହେଲିପ୍ୟାଡ଼ ଓହ୍ଲାଇବା ପରେ ଶ୍ରୀକୋଣା ପଞ୍ଚାୟତ ର ବିଭିନ୍ନ ଗାଁକୁ ଯାଇ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ।ଅଞ୍ଚଳବାସୀ ମଧ୍ୟ ତାଙ୍କର ଅଭିଯୋଗ ଶୁଣାଇଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଙ୍ଗିଥିବା ନଦୀବନ୍ଧ ବୁଲିବା ପରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।ଖୁବଶୀଘ୍ର ନଦୀବନ୍ଧ ର ମରାମତି କରାଯିବା ସହ କ୍ଷୟକ୍ଷତି ଆକଳନ କରି ପ୍ରଭାବିତ ଅଞ୍ଚଳ କିପରି ସ୍ୱାଭାବିକ ହେବ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: