ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିଲା ୪୦ ଲକ୍ଷର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର, ୧୮/୧୦:  ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିଲା ୪୦ ଲକ୍ଷର ବ୍ରାଉନ୍‌ସୁଗାର  ଜବତ କରିଛି ପୋଲିସ୍ । ବାଲିଅନ୍ତା ଥାନା ହଂସପାଳ ନିକଟରୁ ଏହି ନାଶା ଦ୍ରବ୍ୟକୁ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ବାଲେଶ୍ବରରୁ ବାଇକରେ ଆସୁଥିବା ବେଳେ ହଂସପାଳରୁ ସେମାନଙ୍କୁ ପୋଲିସ କାବୁ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ମହିଳାଙ୍କ ନାମ ଝୁମା ନାୟକ ହୋଇଥିବା ବେଳେ ଯୁବକଙ୍କ ନାମ ଲିପୁ ନାୟକ । ଦୁହେଁ ବାଲେଶ୍ବରୁରୁ ବାଇକରେ ଆସୁଥିଲେ । ଜବତ ବ୍ରାଉନସୁଗାରର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବା ନେଇ ବାଲିଅନ୍ତା ପୋଲିସ ସୂଚନା ଦେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: