ବାଲେଶ୍ୱର,୨୩/୧୦: ବାଲେଶ୍ୱର ସହରରେ ବିଳମ୍ବିତ ରାତିରେ ଏକ ଗୁଳିକାଣ୍ଡ ଘଟିଥିବାର ଖବର ମିଳିଛି। ଆର୍ତ୍ତ କବିରାଜ ଗଳିରେ ଯୁବକଙ୍କୁ ଉପରେ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଏଥିରେ ଯୁବକଙ୍କ ଆଖିରେ ଗୁଳି ବାଜିଛି। ଆର୍ତ୍ତକବିରାଜ ରୋଡ୍ରେ ନିଶାସକ୍ତ ଅବସ୍ଥାରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଥଟ୍ଟା ପରିହାସରୁ ଜଣେ ଅନ୍ୟ ଜଣଙ୍କ ଉପରକୁ ଗୁଳିମାଡ଼ ମାରିଥିଲା। ଏହାଫଳରେ କମଲ ଦାସ ଗୁରୁତର ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏଥିରେ ଯୁବକଙ୍କ ଆଖିରେ ଗୁଳି ବାଜିଛି। ତାଙ୍କୁ ବାଲେଶ୍ଵର ବଡ ମେଡିକାଲ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର । ଗତ ରାତ୍ରିରେ ଅଭିଯୁକ୍ତକୁ ୩ଟା୩୦ରେ ଗିରଫ କରି ପୋଲିସ ତନାଘନା ଚଳାଇଛି। ତେବେ ଗୁଳିକାଣ୍ଡର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |