ବାଲେଶ୍ୱର,୧୫/୦୯: ବାଲେଶ୍ୱରର ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ। ୭୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଗୋପନାରାୟଣ ଦାସଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଅଣାଯାଉଥିବା ବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା।ସ୍ବର୍ଗତ ଦାସ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସଂପାଦକ ଥିଲେ। ସେ ବାଲେଶ୍ୱର ପୌରପାଳିକାର କାଉନସିଲର ବି ଥିଲେ। ଏହାଛଡ଼ା ସଦର ବ୍ଲକ୍ ଅଧ୍ୟକ୍ଷ ଭାବେ ବି ଦାୟିତ୍ବ ତୁଲାଇଥିଲେ। ୧୯୮୫ ମସିହାରେ ଗୋପନାରାୟଣ ଦାସ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ତାଙ୍କର ବିୟୋଗରେ ବାଲେଶ୍ୱରରେ ଶୋକର ଛାୟା ଖେଳିଯାଇଛି। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |