ବାଲେଶ୍ୱର,୧୦/୧୧ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି। ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିଛି । ଦୁଇଟି ହଲ୍ରେ ୭ଟି ଲେଖାଏଁ ୧୪ଟି ଟେବୁଲ ଓ ତୃତୀୟ ହଲ୍ରେ ପୋଷ୍ଟାଲ୍ ବ୍ୟାଲଟ୍ରେ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲ୍ରେ ଗଣନା ପାଇଁ ୩ ଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ଥିବା ଜଣାପଡ଼ିଛି। ଗଣତି ଶେଷରେ ୫ଟି ଲେଖାଏଁ ବୁଥ୍ର VVPAT ସ୍ଲିପ୍ ଗଣତି ହେବ । ଭୋଟ ଗଣତି ପାଇଁ ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ଏନେଇ ବାହାରେ ଜଗିଛନ୍ତି ପୋଲିସ, ଭିତରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ।ତେବେ ଆଜି ଜଣାପଡ଼ିବ ବାଲେଶ୍ବର ଓ ତିର୍ତ୍ତୋଲରେ ୧୫ ପ୍ରାର୍ଥୀଙ୍କ ଭାଗ୍ୟଫଳ। ବାଲେଶ୍ବରରେ ୬ ଓ ତିର୍ତ୍ତୋଲରେ ୯ ଜଣ ପ୍ରାର୍ଥୀ ମଇଦାନକୁ ଆସିଛନ୍ତି। ବାଲେଶ୍ବରରେ BJD, BJP, କଂଗ୍ରେସ ଓ ୩ ସ୍ବାଧୀନ ପ୍ରାର୍ଥୀ ଥିବାବେଳେ ତିର୍ତ୍ତୋଲରେ BJD, BJP, କଂଗ୍ରେସ, CPI ଓ ୫ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |