ବାଲ୍ୟବିବାହ କୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଜାତି ସମାଜ ର ସମନ୍ଵୟ ବୈଠକ

ନବରଙ୍ଗପୁର,(ମିହିର ଶଙ୍କର ପାତ୍ର, )୨୭/୪: ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବାନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ, ୟୁନିସେଫ , ଆକ୍ସନଏଡ ଓ ବିଭିନ୍ନ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ରେ ପ୍ରଥମ ଥର କରି ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି କହିଲେଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ବାଲ୍ୟ ବିବାହ ପରି ସାମାଜିକ ବ୍ୟାଧି କୁ ରୋକିବା ନିମନ୍ତେ ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନେ ମିଳିତ ଭାବରେ ଗ୍ରାମ ସ୍ତରରେ ବ୍ୟାପକ ଭାବରେ ଜନ ସଚେତନତା କରିବା ପାଇଁ ଆହ୍ଵାନ ଦେଇଛନ୍ତି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦେଶ୍ୟ ଜ୍ଞାପନ କରିବା ସହିତ ଜିଲ୍ଲା ପ୍ରଶାସନ , ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେବା ସହିତ ଚଳିତ ବର୍ଷ ମାର୍ଚ ମାସ ସୁଧା ଜିଲ୍ଲାରେ ୧୨୭ ଗୋଟି ବାଲ୍ୟ ବିବାହ ରୋକାଯିବା ସହିତ ୬୯୩ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇ ଥିବାର ଜଣାଇ ଥିଲେ। ପରେ ଜିଲ୍ଲାପାଳଙ୍କ ଅନୁରୋଧରେ ଉପସ୍ଥିତ ଥିବା ୧୩ ଟି ଜାତିସମାଜର ମୁଖ୍ୟ ମାନେ ଜିଲ୍ଲାରେ ବାଲ୍ୟ ବିବାହ ଘଟୁଥିବାର କାରଣ ଓ ଏହାର ନିରାକରଣ ନିମନ୍ତେ ନିଜ ନିଜ ସମାଜ ତରଫରୁ କିଭଳି ପଦକ୍ଷେପ ନେବେ ସେ ଉପରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଆଗାମୀ ଦିନରେ ଜାତି ସମାଜର ମୁଖ୍ୟ ମାନେ ନିଜ ନିଜ ଜାତିରେ ବୈଠକ କରି ନିଜ ସମାଜରେ ବାଲ୍ୟ ବିବାହ ନକରିବାକୁ ଘୋଷଣା କରିବା ସହିତ ଜିଲା ପ୍ରଶାସନ କୁ ଲିଖିତ ଭାବରେ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥି ସହିତ ନିଜ ସମାଜରେ ଜାତି ମୁଖିଆ ମାନେ ବାଲ୍ୟ ବିବାହ କୁ ପ୍ରଶାସନ ସହଯୋଗ ରେ ରୋକିବା , ବ୍ଲକ ସ୍ତରରେ ପ୍ରତି ମାସରେ ପ୍ରଶାସନ ଓ ଜାତିସମାଜର ମିଳିତ ବୈଠକ କରାଇବା ,ସମାଜ ମୁଖିଆ ଓ ପ୍ରଶାସନିକ ଅଧିକାରୀ ମାନେ ମିଳିତ ଭାବରେ ଗ୍ରାମ ଗୁଡିକରେ ଜନ ସଚେତନ କାର୍ଯ୍ୟ କ୍ରମ କରିବା, କିଶୋର କିଶୋରୀ ମାନଙ୍କୁ ପଲିଟେନିକ ଶିକ୍ଷା ଓ ଦକ୍ଷତା ବିକାଶ ଶିକ୍ଷାରେ ଯୋଡିବା ଆଦି କାର୍ଯ୍ୟ କ୍ରମ ରେ ସମସ୍ତ ସମାଜ ର ମୁଖ୍ୟ ମାନେ କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳଙ୍କୁ ପ୍ରତିଶୃତି ଦେବା ସହିତ ଏଥି ନିମନ୍ତେ ସାମୁହିକ ଭାବରେ ଶପଥ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ , ସହାୟକ ଆରକ୍ଷୀ ଅଧିକାରୀ ସ୍ମିତା ମଲ୍ଲିକ , ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ , ସହାୟକ ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ, ସହାୟକ ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ ,ଡାକ୍ତର ମଳୟ କୁମାର ତ୍ରିପାଠୀ ,ବାଲ୍ୟବିବାହ ନିଷେଧ ଅଧିକାରୀ, ଏସେ ଗୀତା, ସୁନିତା ଦେବୀ ତ୍ରିପାଠୀ ,ଗୀତା ମହାରଣା , ଶୈଳେନ୍ଦ୍ରି ମହାନଦ , ଜିଲ୍ଲାରେ ଥିବା ବିଭିନ୍ନ ଜାତି ସମାଜର ର କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶଗ୍ରହଣ କରି ବାଲ୍ୟ ବିବାହ ର ସମାପ୍ତ ଦିଗରେ ଜାତି ସମାଜର ମୁଖ୍ୟଙ୍କର ଭୂମିକା ଓ ସାମାଜିକ ଦାୟିତ୍ଵ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: