ବ୍ରହ୍ମପୁର-୧୬/୩(ମନୋଜ କୁମାର ପାତ୍ର): କମାପଲ୍ଲୀ ଶିବ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଦିନ ବାଲ୍ୟ ବିବାହ ରୋକିବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ୩୧ନଂ ୱାର୍ଡର ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ପୋରାହିତ୍ୟରେ ଅନୁଷ୍ଟିତ କାର୍ଯକ୍ରମରେ ମୁଖ୍ୟ ଅତିଥି ରୂପେ ସିଡିପିଓ ପୁଷ୍ପାଞ୍ଜଳି ମିଶ୍ର ଯୋଗ ଦେଇ ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ଏହି ଅବସରରେ ଛତିଶଗଡ଼ର ସ୍ବେଚ୍ଛାସେବୀ ଦଳ ଉପସ୍ଥିତ ଥିଲେ।ଅଙ୍ଗନୱାଡି କର୍ମୀ ମିତାଞ୍ଜଳି ଶତପଥୀ ପାରମ୍ଭିକ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁଦୀପ ସାହୁ ଯୋଗ ଦେଇଥିଲେ।ଗାୟତ୍ରୀ ନାଇଡୁ ,ଅଭି ନାୟକ, ଅମିତ୍ ଦାସ,ପଦ୍ମିନୀ ପଟ୍ଟନାୟକ, ସୁଜାତା ପାତ୍ର,ପ୍ରିୟଙ୍କା,ଦୀପକ ପଟ୍ଟନାୟକ, ଆଶା କର୍ମୀ ଙ୍କ ସମେତ ବହୁ ଯୁବତୀ ମହିଳା ଓ ଅଞ୍ଚଳ ବାସୀ ଏହି ଅବସରରେ ଉପସ୍ଥିତ ଥିଲେ। ଏଠାରେ କେକ୍ କଟା ଯିବା ସହ ନବଜାତ ଶିଶୁ ଓ ମାତାଙ୍କୁ ବନ୍ଦାପନା କରାଯାଇ ସମ୍ମାନିତ କରାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |