ମହାକାଳପଡ଼ା,୨୧/୦୫:ମହକାଳପଡ଼ା ବ୍ଳକର ବହୁଚର୍ଚ୍ଚିତ ବାହାକୁଦ ଫେରିଘାଟର ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପ୍ରାୟ ୨ ସପ୍ତାହ ଧରି ଏହି ସମସ୍ୟା ଲାଗିବା ଦ୍ୱାରା ସାଧାରଣ ଲୋକଙ୍କ ପାଖରୁ ଆରମ୍ଭ କରି ଶ୍ରମିିକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କେତେବେଳେ ଫେରିଘାଟ ଧୁମାଳରେ ଭାସିଯାଉଛିତ ପୁଣି କେତେବେଳେ ଫେରିଘାଟ ନିଲମକୁନେଇ ପ୍ରତିବାଦର ସ୍ୱର ଉଠି ମାମଲା ଉଚ୍ଚନ୍ୟାୟାଳୟକୁ ଯାଇଛି । ଏହାର ସମାଧାନ ହୋଇନଥିବା ବେଳେ ପୁଣି ଅନ୍ୟ ଏକ ଘଟଣା ବାହାକୁଦ ଫେରିଘାଟରେ ନଜରକୁ ଆସିଛି । କିଛି ଶ୍ରମିକଙ୍କ କହିବାକଥା ବାହାକୁଦ ଫେରିଘାଟରେ ସରକାରଙ୍କ ନିୟମ ଅନୁଯାୟୀ ମାହାସୁଲ ନେବା ପରିବର୍ତେ ନିଲାମଧାରୀ ଜଣକ ଅଧିକ ମାହାସୁଲ ନେଉଛନ୍ତି । ଫଳରେ ଆମେ ବଡ଼ ଅସୁବିଧା ହେଉଛୁ । ଏପରିକି ନିଲାମଧାରୀଙ୍କୁ କହିବା ପରେ ମଧ୍ୟ ଆମ କଥା ଶୁଣୁନାହାଁନ୍ତି ବୋଲି ଅଭିଯୋଗ ଉଠିଛି । ଶେଷରେ ଆମେ ବାଧ୍ୟ ହୋଇ ଆଜି ବାହାକୁଦ ଫେରି ଘାଟ ପାଖରେ ଧାରଣା ଦେଲୁ । ଶେଷରେ ଘାଟ ବନ୍ଦ ରହିଛି । ସାଧାରଣ ଲୋକମାନଙ୍କର ବହୁତ କ୍ଷତି ହୋଇଛି । ଯେଉଁ ଯାତ୍ରୀମାନେ ଘାଟ ଦେଇ ପାରଉତାର ଦୈନିକ ହେଉଥିଲେ ସେମାନଙ୍କର ଗାଡ଼ିଭଡ଼ା ପରିବହନ ଖର୍ଚ୍ଚ ଅଧିକ ପଡ଼ିଯାଉଛି । ସରକାରୀ ନିଲାମରେ ଚାଲିଥିବା ଘାଟଟି ଆଜି ବନ୍ଦ ହୋଇଯିବା ଫଳରେ ବେସରକାରୀ ଭାବେ କିଛି ଲୋକ ଘାଟ ଚଳାଇ ଲୋକମାନଙ୍କ ଠାରୁ ଶୋଷିବା ଆରମ୍ଭ କରିଦେଇଛନ୍ତି । ଏପଟେ ଘାଟ ବନ୍ଦ ହେବା ସେପଟରେ ଲୋକମାନେ ଅସୁବିଧା ଭୋଗିବାକୁ ନେଇ ଘଟଣା ଭିନ୍ନ ମୋଡ଼ ନେଲାଣି । ଏଣୁ ଧାରଣା ସ୍ଥଳରେ ଜମ୍ବୁ ଥାନା ଅଧିକାରୀ ପହଂଚି ମାମଲାକୁ ସମାଧାନ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ମାମଲା ସିନା ଥମିଲା ହେଲେ ଘଟଣାର ସ୍ଥାୟୀ ସମାଧାନ ବର୍ତମାନ ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ତେବେ କେତେ ଅଧିକା ମାହାସୁଲ ନେଉଛନ୍ତି ଘାଟନିଲାମଧାରୀ, ଏହା କେତେଦୂର ସତ୍ୟ, ଯାହାର ତଦନ୍ତ ହେବା ଅତ୍ୟନ୍ତ ଜରୁରୀ । ଏହି ମାତ୍ର କିଛିଦିନ ତଳେ ୩୨ଲକ୍ଷ ୫୦ ହଜାର ଟଙ୍କାରେ ଘାଟ ନିଲାମ ଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |