ନୂଆଦିଲ୍ଲୀ,୧୮/୯ : କଲର୍ସ ଟିଭିର ସବୁଠୁ ଚର୍ଚ୍ଚିତ ତଥା ଲୋକପ୍ରିୟ ରିଅଲିଟି ଶୋ’ ‘ବିଗ୍ ବସ୍’। ଭାରତ ବର୍ଷର ସବୁଠୁ ଚର୍ଚ୍ଚିତ ରିଅଲିଟି ଶୋ ବିଗ୍ ବସ୍ରେ ପ୍ରକୃତି ନଜର ଆସିବା ନେଇ ଚାଲିଛି ଖୁବ୍ ଚର୍ଚ୍ଚା। ଓଲିଉଡ୍ର ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର। କିଛି ଦିନ ତଳେ ଅଭିନେତା ବାବୁସାନ ମହାନ୍ତିଙ୍କୁ ନେଇ ବିବାଦରେ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏହି ବଡ଼ ସୁଯୋଗ ମିଳିବାକୁ ଯାଉଥିବା ଜଣାପଡ଼ିଛି। ଅକ୍ଟୋବର ୧ରୁ ବିଗ୍ ବସର ସିଜିନ-୧୬ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ପ୍ରତିଯୋଗୀ ଭାବେ ନଜର ଆସିବେ ପ୍ରକୃତି। ବଲିଉଡର ଖବର ପ୍ରକାଶ କରୁଥିବା ୱେବସାଇଟ୍ ‘ଫିଲ୍ମିବିଟ୍’ ଏଭଳି ଏକ ଖବର ପ୍ରକାଶ କରିଛି। ପ୍ରକୃତିଙ୍କୁ ବିଗ୍ ବସରେ ସୁଯୋଗ ମିଳୁଥିବା ନେଇ ଚର୍ଚ୍ଚା ହେଉଛି ବୋଲି ଉକ୍ତ ୱେବସାଇଟ୍ କହିଛି। ପ୍ରକୃତିଙ୍କୁ ଏହା ପୂର୍ବରୁ ପ୍ରଥମେ ଆଣ୍ଡ ଟିଭିର ଧାରାବାହିକ ବିଟ୍ଟି ବିଜନେସ ୱାଲିରେ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିଥିଲା। ଏହା ସହ ସେ ଚର୍ଚ୍ଚିତ ରିୟାଲିଟି ସୋ’ ଏସ୍ ଅଫ୍ ସ୍ପେସ୍-୨ ରେ ମଧ୍ୟ ପ୍ରତିଯୋଗୀ ହୋଇଥିଲେ। ଏହି ଶୋ’ରେ ତାଙ୍କୁ ଦର୍ଶକଙ୍କ ଭଲ ପାଇବା ମିଳିଥିବା ସହ ବେଶ୍ ଲୋକପ୍ରିୟତା ବି ସାଉଁଟିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |