ବିଚାରପତିଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଲେ ଏସପି

କଟକ  ,୦୨/୦୯:  ଶୁକ୍ରବାର କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ବିଚାରପତି ଗତ ଦୁଇ ଦିନ ଧରି ଛୁଟିରେ ଥିଲେ ଏବଂ ଆଜି କାର୍ଯ୍ୟରେ ଯୋଗଦେବାର ଥିଲା କିନ୍ତୁ ସେ ଆଜି ପୁଣି ଛୁଟିନେଇଥିଲେ । ଆଉ ମଧ୍ୟାହ୍ନରେ ତାଙ୍କର ଆତ୍ମହତ୍ୟା ନେଇ ଖବର ଆସିଥିଲା ।କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା ମାମଲାରେ ଏସିପିଙ୍କ ପ୍ରତିକ୍ରିୟା । ଏସିପି କହିଛନ୍ତି ଯେ ପାରିପାଶ୍ୱର୍ିକ ସ୍ଥିତିରୁ ଏହା ଆତ୍ମହତ୍ୟା ଭଳି ଜଣାପଡ଼ୁଛି ।ସେ କହିଛନ୍ତି ବେକରେ ଦାଗ ରହିଛି । ସାଧାରଣତଃ ଆତ୍ମହତ୍ୟା କଲେ ଏଭଳି ଦାଗ ସୃଷ୍ଟି ହୋଇଥାଏ । ତେଣୁ ଏହା ଆତ୍ମହତ୍ୟା ଭଳି ଜଣାପଡ଼ୁଛି । ତେବେ ଅଧିକ ତଦନ୍ତ ହେଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସିପି । ଘରେ କେହି ନଥିବା ବେଳେ ଏଭଳି ଘଟଣା ଘଟିଛି । ପତ୍ନୀ ଘରେ ନଥିଲେ । ପରେ ଘରକୁ ଫେରି ପତ୍ନୀ ଝୁଲନ୍ତା ମୃତଦେହ ଦେଖିଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ଏକ ରଶି ଜବତ ହୋଇଛି, ପରୀକ୍ଷା ପାଇଁ ପଠାଯିବ । ଏହାସହ ଫରେନସିକ୍ ଯାଞ୍ଚ ମଧ୍ୟ ହେଉଛି ବୋଲି ସୂଚନା ଦେଇଛନ୍ତି ଏସପି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!