ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା ,୮ ଓକିଲ ଗିରଫ

ସମ୍ବଲପୁର,୧୫।୧୨:ସମ୍ବଲପୁରରେ ଆନ୍ଦୋଳନ ବେଳେ ଜିଲ୍ଲା ଜଜଙ୍କ ଚାମ୍ବରରେ ଭଙ୍ଗାରୁଜା ମାମଲାରେ ପୁଣି ୮ଜଣ ଓକିଲଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ଓକିଲ ସଭାପତି ସୁରେଶ୍ୱର ମିଶ୍ରଙ୍କ ସମେତ ୮ଜଣଙ୍କୁ ଗିରଫ କରାଇଛି । ପୂର୍ବରୁ ୧୫ଜଣ ଆଇନଜୀବୀ ଗିରଫ ହୋଇଥିଲେ ଏବେ ପୁଣି ୮ଜଣ ଓକିଲ ଗିରଫ ହୋଇଛନ୍ତି । ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ପରେ ପୋଲିସ  ଆହୁରୀ ଅଧିକ ଛାନଭିନ ଚଲାଇଛି ।  ଏହି ମାମଲାରେ ପୂର୍ବରୁ ଆଇନଜୀବୀଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ । ସୂଚନାଯୋଗ୍ୟ, ଗତ ୭ ତାରିଖ ଠାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ ସୋମବାର ଦିନ ଉଗ୍ରରୂପ ନେଇଥିଲା। ୧୪୪ ଧାରାକୁ ଭ୍ରୂକ୍ଷେପ ନକରି ବିଭିନ୍ନ ରାଜନୈତିକ ଦଳ, ସାଂସ୍କୃତିକ ଓ ସାମାଜିକ ସଙ୍ଗଠନର ସଦସ୍ୟ ଏବଂ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି କଳାକାର, ଚାଷୀ, ଶ୍ରମିକ ଓ କିନ୍ନରମାନେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆହୂତ ସତ୍ୟାଗ୍ରହରେ ସାମିଲ୍‌ ହୋଇଥିଲେ। ଏହିସମୟରେ ପୁଲିସ ସହିତ ଆନ୍ଦୋଳନକାରୀଙ୍କ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଉତ୍ତ୍ୟକ୍ତ ଜନତା ଗେଟ୍ ଭାଙ୍ଗି କୋର୍ଟ ଭିତରକୁ ଧସେଇ ପଶିବା ସହିତ କାର୍ଯ୍ୟରତ ଜିଲ୍ଲାଜଜ୍‌ଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ସେଠାରୁ ବାହାର କରିଦେବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଏପରିକି, କୋର୍ଟ ଭିତରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲାତେବେ ଦୀର୍ଘ ବର୍ଷ ଧରି ଜାରି ରହିଥିବା ଆନ୍ଦୋଳନ ସତ୍ତ୍ୱେ ହାଇକୋର୍ଟ ବେଞ୍ଚ୍‌ ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆନ୍ଦୋଳନରୁ ଓହରିବା ପାଇଁ ପ୍ରଥମେ ଚେତାବନୀ ଶୁଣାଇଥିଲେ ସୁପ୍ରିମ କୋର୍ଟ। ଲାଇସେନ୍ସ ସସ୍‌ପେଣ୍ଡ ସହ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ଗତକାଲି ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଗଠନ ଦାବିକୁ ସଫା ସଫା ମନା କରିଦେବା ସହ ଓକିଲ ଆନ୍ଦୋଳନ ବିରୋଧରେ କଡ଼ା ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: