ବିଚ୍ କନେକ୍ଟ ଶୁଭାରମ୍ଭ

ପୁରୀ, ୧୭/୦୪: ବିଚ କନେକ୍ଟ (ସଂଯୋଗ:ସ୍ବର୍ଣ୍ଣାଭ ବେଳାଭୂମି) କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ପୌର ସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ ପ୍ରମୁଖ ବେଲୁନ ଉଡାଇ ଏହାର ଶୁଭାରମ୍ଭ କରିଥିଲେ । ସକାଳ ୬ ଘଟିକା ସମୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଯୋଗ, ଉଭୟ ମହିଳା ଓ ପୁରୁଷ ବିଭାଗରେ ବିଚ ଭଲିବଲ ମ୍ୟାଚ, ସ୍ବାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ୱାଟର ସ୍ପୋର୍ଟସ, ପିଲାମାନଙ୍କ ପାଇଁ ବାସ୍କେଟବଲ, ଆର୍ଚେରୀ ଭଳି ଫନ ଗେମ୍, ମହିଳା ଓ ପୁରୁଷ ବିଭାଗରେ ଟଗ୍ ଅଫ୍ ୱାର (ଦୌଡି ଭିଡା) ଅନୁଷ୍ଠିତ ହୋଇଥିଲା । ପୁରୀର ଫେଟ ଫାଇଟର୍ସ ପକ୍ଷରୁ ଚିତ୍ତାକର୍ଷକ ମଲଖମ୍ଭ ପ୍ରଦର୍ଶିତ ହୋଇଥିଲା । ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ସଂସ୍ଥା ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଲାଇଫ ଗାର୍ଡ ମାନଙ୍କ ଦ୍ବାରା ସମୁଦ୍ରରୁ ଉଦ୍ଧାର କାର୍ଯ୍ୟର କଳା କୌଶଳ ପ୍ରଦର୍ଶନ କରାଯାଇଥିଲା । ଉପସ୍ଥିତ ଅଧିକାଂଶ ସେଲଫି ପଏଣ୍ଟର ମଜ୍ଜା ନେବା ସହ ମତାମତ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ । ସମୁଦ୍ରକୂଳ ବ୍ୟବସାୟୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୌରସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବେଳାଭୂମି ସଫେଇ ସହ ଏହାର ସୁରକ୍ଷା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡି ପୌରସଂସ୍ଥା ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ କରାଯାଇଛି । ସରକାରୀ ଅଧିକାରୀ, କର୍ମଚାରୀ, ପର୍ଯ୍ୟଟକ, ହୋଟେଲ ବ୍ୟବସାୟୀ, ବୁଦ୍ଧିଜିବୀ, ପୁରୀବାସୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇ । ପ୍ରତି ରବିବାର ବ୍ୟବଧାନରେ ସକାଳ ସାଢେ ୫ ଘଟିକାରୁ ସାଢେ ୮ ଘଟିକା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଯାରି ରହିବ । ଏହି ଅବସରରେ ଆହ୍ବାନ କରାଯାଇଥିବା ଫଟୋ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ ହୋଇଥିବା ଶ୍ରୀ ସନ୍ତୋଷ କୁମାର ସ୍ବାଇଁଙ୍କୁ ୫ ହଜାର ଟଙ୍କା, ଦ୍ବିତୀୟ ହୋଇଥିବା ଶାଶ୍ବତ ରଞ୍ଜନ ସାହୁଙ୍କୁ ୩ ହଜାର ଏବଂ ଶ୍ରୀ ସୋମନାଥ ବାରିକଙ୍କୁ ତୃତୀୟ ପୁରସ୍କାର ଭାବେ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା, ପରାମର୍ଶଦାତା ଶ୍ରୀ ଜ୍ୟୋତିପ୍ରକାଶ ପ୍ରମୁଖ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!