ବିଜିପୁର କାଳୁଆ ସାହିରେ ମୋ ପରିବାର ପକ୍ଷରୁ ଚାରା ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର,୮/୯(ମନୋଜ ପାତ୍ର):ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡାଙ୍କ ପରାର୍ମଶ କ୍ରମେ ମୋ ପରିବାରର ସଂଯୋଜକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାରଣାମାନଙ୍କ ତତ୍ତ୍ଵାବଧାନରେ ଆଜି ସନ୍ଧ୍ୟାରେ ବିଜିପୁର କାଳୁଆ ମନ୍ଦିର ନିକଟରେ ମୋ ପରିବାର ପକ୍ଷରୁ ବେଲ୍ଲ, ଅଂଳା, ଡାଳିମ୍ବ, ଜାମ, ତୁଳସୀ ବିଭିନ୍ନ କିସମର ଚାରା ବୃକ୍ଷ ବିଜିପୁର ଅଞ୍ଚଳ ବାସୀଙ୍କୁ ପ୍ରାୟ ୬୦୦ ବଣ୍ଟନ କରାଯାଇଥିଲା ।

IMG 20200908 WA0099

ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ଓଡ଼ିଶା ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ, ଜଗନ୍ନାଥ ସାବତ,ମମତା ବିଶୋଇ, ଇ ଜୟ ଲକ୍ଷ୍ମୀ ଦୋରା, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ,ପ୍ରଗ୍ୟା ପଣ୍ଡା, ପ୍ରତାପ ମହାରଣା, ସବିତା ବେହେରା, କବିତା ବେହେରା,ମିଲି ଜେନା,ପ୍ରଭାକର ମହାନ୍ତି, ଏଙ୍କିଟି ରେଡିଙ୍କ ସମେତ ସାହିବାସିନ୍ଦା ଯୋଗ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!